ପୁରୁଣାକଟକରେ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ

ହରଭଙ୍ଗା,୨୬/୯:-ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବୌଦ୍ଧ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅଶୋକ ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ତିଲେଶ୍ୱର ସରପଞ୍ଚ ଝୁନୁ ବେହେରା, ବିଇଓ ହରଭଙ୍ଗା ଅଜୟ ଲୁହା, ସମାଜସେବୀ ସୁବାସ ପ୍ରଧାନ,ସାଙ୍ଗଠନିକ ସମ୍ପାଦକ କୃଷଚନ୍ଦ୍ର ମଲ୍ଲିକ, ମୋ ସ୍କୁଲ ଅଭିଯାନ ସଭାପତି ସଲିଳ ଭୋକ୍ତା, ଜିଲ୍ଲା ସମ୍ପାଦକ ଆନନ୍ଦ ବେହେରା, ବିଦ୍ୟାଧର ଖୁଣ୍ଟିଆ, ମମତା ଦାସ, ଅରୁଣ ଖଟୁଆ ପ୍ରମୁଖ ମଞ୍ଚାସୀନ ଥିଲେ ।

ପ୍ରିୟଦର୍ଶିନୀ ପରିଡା, ମିତାଞ୍ଜଳି ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଦିତ୍ୟ ନାଥ ଦାସ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ପ୍ରତିଯୋଗିତା ଜିଲ୍ଲାର ହରଭଙ୍ଗାବ୍ଳକ, ବୌଦ୍ଧ ଓ କଣ୍ଟାମାଳ ବ୍ଳକ ପ୍ରତ୍ୟେକ ହାଇସ୍କୁଲରୁ ମୋଟ ୩୦୦ଜଣ ପ୍ରତିଯୋଗୀ ଖେଳରେ ଭାଗ ନେଇଛନ୍ତି । ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଜାଭଲିଙ୍ଗ ଥ୍ରୋ, ସଟଫୁଟ , ଫୁଟବଲ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଖେଳକୁ ପରିଚାଳନା କରିଥିଲେ ଉମା ଶଙ୍କର ରାଉତ । ୫୦ଜଣ ଖେଳ ଶିକ୍ଷକ ସହଯୋଗ କରିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାଟି ଦୁଇଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଆସନ୍ତାକାଲି ଉଦଯାପିତ ହେବ ।

Comments (0)
Add Comment