ମିଳିତ ଅବକାରୀ ଚଢ଼ାଉ; ୩ଜଣ ଗିରଫ

ପାରଳାଖେମୁଣ୍ଡି ୧୧।୧୨: ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଏହି ମିଳିତ ଅବକାରୀ ଚଢ଼ାଉ ଜିଲ୍ଲାର ସିଙ୍ଗିପୁର, ନେରିଡ଼ି ଗୁଡ଼ା, ଗାରବନ୍ଧ, ପାରଳାଖେମୁଣ୍ଡି ଟାଉନର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୪୨୦୦ ଲିଟର ମହୁଲ ପୋଚ, ୬୧୫ ଲିଟର ଦେଶୀ ରନ୍ଧା ମଦ, ଗୋଟିଏ ମଟର ସାଇକେଲ ଏବଂ ବହୁ ପରିମାଣର ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି। ଏଥି ସହିତ ୩ଜଣ ଆସାମୀକୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ପାରଳାଖେମୁଣ୍ଡି ପୋଲିସ୍ ଏବଂ ଅବକାରୀ ବିଭାଗର ଇନିସ୍ପେକ୍ଟର ଶ୍ରୀ ବାଳକୃଷ୍ଣ ପରିଡା ଓ ଇନିସ୍ପେକ୍ଟର ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ ।

Comments (0)
Add Comment