ଅସହାୟଙ୍କ ସାହାର ସାଜିଲେ କିନ୍ନର, ଲୋକେ ଦେଲେ ସାବାସୀ

ବାଲିଗୁଡା; କରୋନା ସଂକ୍ରମଣ ଭୟରେ ସରା ଦେଶରେ ଲାଗିରହିଛି ଲକଡାଉନ । ଏହି ଲକଡାଉନରେ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଏଥିରେ ଅସହାୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଛ କିନ୍ତୁ ଏହି ଅସହାୟ ମାନଙ୍କୁ ସାହାର ଦେବାକୁ ଆଗେଇ ପଡିଛନ୍ତି କିଛି ଅନୁଷ୍ଠାନ । ଏହିଭଳି ଏକ ଅନୁଷ୍ଠାନ ଦେଖିବାକୁ ମିଳିଛି ବାଲିଗୁଡାରେ ଅସହାୟଙ୍କ ସାହାର ସାଜିଲେ କିନ୍ନର । ଆଜି ବାଲିଗୁଡା କିନ୍ନର ସଂଘ ତରଫରୁ ଅସହାୟ ମାନଙ୍କୁ ଭାତ ଡାଲମା ଓ ଲୁଣ,ଲଙ୍କା ଦିଆଯାଇଛି ଓ ପାଣି ବାଲତି ମଧ୍ୟ ଧରି ପାଣିବି ଦେଉଥିଲେ । କିନ୍ନର ମାନେ ନିଜ ଘରେ ଭାତ ଡାଲମା ରାନ୍ଧିଥିଲେ । ସହେି ଭାତଡାଲମାକୁ ବାଲତିରେ ଭର୍ତି କରି ସେ ବାଲତିକୁ ହାତରେ ଧରି କଲେଜଛକ ଠାରୁ ଆରମ୍ଭ କରିଥିଲେ । କଲେଜ ଛକ ଠାରୁ ଆରମ୍ଭ କରି ନୁଆସାହି ଛକ ପର୍ଯ୍ୟନ୍ତ ଯାଇଥିଲେ । ବାଟରେ ପିଡବ୍ଲୁଡି ଛକ,ବଜାର,ବସଷ୍ଠାଣ୍ଡରେ ରହିଥିବା ଯେଉଁ ଅସହାୟ ମାନଙ୍କୁ ଦେଖିଲେ ସେମାନଙ୍କ ନିକଟକୁ ଯାଇ ସେମାନେ ଖାଇଛନ୍ତିକି ନାହିଁ ପଚାରୁଥିଲେ ଓ ତାପରେ ସେମାନଙ୍କୁ ଖଲି ଦେଇ ଭାତଡାଲମା ବାଢୁଥିଲେ । ଅସହାୟ ମାନେ ଭାତ ଡାଲମାକୁ ବଡ ଆନନ୍ଦରେ ଖାଇବା ଦେଖିବାକୁ ମିଳିଥିଲା । ଖାଲି ଅସହାୟ ନୁହଁନ୍ତି ବାଲିଗୁଡାରେ କିଛି ଲର୍ଜରେ ଥିବା ଭୋକିଲା ଲୋକ ମଧ୍ୟ ଏହି କିନ୍ନର ମାନଙ୍କ ଠାରୁ ଭାତଡାଲମାମାଗି ଖାଇବା ଦେଖିବାକୁ ମିଳିଥିଲା ।ଏନଏସି ଯେଉଁ ଅସହାୟ ମାନଙ୍କ ପାଖରେ ପହଂଚି ପାରୁନଥିଲେ ସେହି ଭୋକିଲା ଅସହାୟ ମାନଙ୍କ ପାଖରେ ଏହି କିନ୍ନର ସଂଘ ପହଁଚି ସେମାନଙ୍କପେଟରେ ଦାନା ଦେଲେ ବୋଲି ଆଲୋଚନା ହେଉଛି । ଅସହାୟ କିନ୍ନର ସଂଘର ବିଷ୍ଣୁପ୍ରୀୟା ପ୍ରଧାନ,ଲିଜା,ମନିଷ ଦଳପତ,ନିରାକାରଅମାୟତ ପ୍ରମୁଖ ଏହି ମହତ କାର୍ଯ୍ୟରେ ସାମିଲ ଥିଲେ ।

Comments (0)
Add Comment