ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରିୟତମାଙ୍କ ମହାନତା

ପାରାଦୀପ :ବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାରତରେ ତାର କାୟା ବିସ୍ତାର କରିସାରିଥିବା ବେଳେ ଏହା କୁ ଦୃଷ୍ଟିରେ ରଖି ମାନ୍ୟବର ପ୍ରଧାନ ମନ୍ତ୍ରୀ ଦେଶକୁ ଲକ ଡାଉନ୍ ଘୋଷଣା କରିଛନ୍ତି ଏହି ଘଡି ସନ୍ଧି ମୁହୂର୍ତ୍ତ ରେ ଦେଶରେ ଆର୍ଥିକ ସଙ୍କଟ ସହ ବିଭିନ୍ନ ପ୍ରକାର ଅସୁବିଧା ମାନ ଦେଖା ଦେଇଛି, ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବହୁ ନେତା ମନ୍ତ୍ରୀ, ପ୍ରତିଷ୍ଠାନ, ଅନୁଷ୍ଠାନ ଓ ସମାଜ ସେବୀ ମାନେ ରିଲିଫ୍ ଫଣ୍ଡ କୁ ଅର୍ଥ ଦାନ ସହ ସ୍ଥାନୀୟ ଅଞ୍ଚଳ ରେ ମାସ୍କ, ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି, ଲକ୍ ଡାଉନ୍ ର ପ୍ରଭାବ ପାରାଦୀପ ଉପରେ ପଡ଼ି ଚି, ପାରାଦୀପ ରେ ମହାମାରୀ ପରିପ୍ରେକ୍ଷୀରେ ସାଧାରଣ ନୋଜ୍ ମାଷ୍କ ର ଘୋର ଅଭାବ ଦେଖା ଦେଇଛି, ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସରେ ବିଜ ପଟ୍ଟନାୟକ ମେମୋରିଆଲ ହସପିଟାଲର ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରିୟତମା ବେହେରା ଙ୍କ ନିଆରା ପ୍ରୟାସ, ସେ ଆଜି ପାରାଦୀପ ପୌରପାଳିକାର ନଅ ନମ୍ୱର୍ ୱାର୍ଡ ବସ୍ତି ଅଞ୍ଚଳରେ ବସ୍ତି ବାସିନ୍ଦା ଙ୍କୁ ସ୍ଥାନୀୟ ମହିଳା ମାନଙ୍କୁ ଧରି ଘରେ ଘରେ ବୁଲି ସଚେତନତା କରାଇବା ସହ ମାଷ୍କ୍ ବାଣ୍ଟିଥିଲେ ଓ କହିଥିଲେ ନିଜ ଘରେ ରହିବା ମୁହଁରେ ମାସ୍କ୍ ଲଗାଇବା ଓ ସମାଜିକ ଦୂରତା ବଜାଇ ରଖି ଲେ ଯାଇ ଆମେ କରୋନା ସଂକ୍ରମଣ ରୁ ନିଜକୁ ରକ୍ଷା କରିବା, ଏହା ପରେ ସେ ପାରାଦୀପ ର ବିଭିନ୍ନ ଅଞ୍ଚଳ ରେ ବୁଲି ମାନସିକ ବିକୃତି ବା ବିକାର ଗ୍ରସ୍ତ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ତାଙ୍କର ସମାସେବା ମନୋବୃତ୍ତି ପାଇଁଁ ସେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ର ପାତ୍ରି ହୋଇ ପାରିଛନ୍ତି
ତାଙ୍କର ଏହି ସମାଜ ସେବା ନିମିତ୍ତ ସେ ପୂର୍ବରୁ ଅନେକ ଥର ବିଭିନ୍ନ ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କ ତରଫରୁ ସରକାରୀ ସ୍ତରରେ ରାଜ୍ୟ ଯୁବ କଲ୍ୟାଣ କ୍ରୀଡା ବିଭାଗ ରୁ ସମ୍ମାନିତ ହୋଇଛନ୍ତି

Comments (0)
Add Comment