ଅରିନ୍ଦମଙ୍କ ଅକାଳ ବିୟୋଗରେ ଫୁଲବାଣୀ ପ୍ରେସ କ୍ଳବ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି

ଫୁଲବାଣୀ,୨୪/୯- ଆଜି ସନ୍ଧ୍ୟାରେ ଫୁଲବାଣୀ ପ୍ରେସକ୍ଲବ ଠାରେ ଜିଲା ପ୍ରେସକ୍ଲବ ଓ ମିଡ଼ିଆ ଫୋରମ ପକ୍ଷରୁ ଓ ଟିଭିର ସିନିୟର ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ମୁଣ୍ଡଳୀଠାରେ ଓଡ୍ରାଫ ଟିମ ସହ ଗ୍ରାଭଣ୍ଡଜିରୋରେ ଯାଇ ହାତୀ ଉଦ୍ଧାର ଖବର ସଂଗ୍ରହ ବେଳେ ହଠାତ ଭାରସାମ୍ୟ ହରାଇ ବୋଟ ବୁଡିଯିବା ଫଳରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିବାବେଳେ କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନା ମଧ୍ୟ ଗୁରୁତର ଅବସ୍ଥାରେ ଏସସିବି ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଅରିନ୍ଦମଙ୍କ ଅକାଳ ମୃତ୍ୟୁରେ ଫୁଲବାଣୀ ପ୍ରେସ କ୍କବଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଅଶୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ସେହିପରି କଟକ ବଡ ଡାକ୍ତରଖାନାର ଆଇସିୟୁ ରେ ମୃତ୍ୟୁସହ ସଂଗ୍ରାମ କରୁଥିବା କ୍ୟାମେରା ମ୍ୟାନ ପ୍ରଭାତ ସିହ୍ନାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ପ୍ରେସ କ୍ଳବ ସଭାପତି ସୁନୀଲ ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶୋକସଭାରେ ପ୍ରଥମେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତ ଅରିନ୍ଦମ ଦାସ ଜଣେ ନିର୍ଭିକ,କର୍ମଠ ,ଦାୟିତ୍ୱବାନ ସାମ୍ବାଦିକ ଭାବେ ପରିଚିତ ଥିଲେ । ସେ ବନ୍ୟା କିମ୍ବା ବାତ୍ୟା ବେଳେ ହେଉ କିମ୍ୱା ମାଓବାଦୀ ଘଟଣା ସଂପର୍କିତ ଖବର ଗୁଡ଼ିକ ଗ୍ରାଉଣ୍ଡ ଜିରୋକୁ ଯାଇ ଲାଇଭ କଭରେଜ କରୁଥିଲେ । ଫଳରେ କମ ବୟସରେ ସେ ରାଜ୍ୟରେ ବେଶ ନାଁ କମାଇ ପାରିଥିଲେ । ତେବେ କିଏ ଜାଣିଥିଲା ଯେ ଆଜି ଏହା ତାଙ୍କର ଶେଷଦିନ ହେବ ବୋଲି ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକତା ଜଗତରେ ଅପୂରଣୀୟ କ୍ଷତି ଘଟିଲା ବୋଲି ସଭାପତି ସୁନୀଲ ପଟ୍ଟନାୟକ ବର୍ଣ୍ଣନା କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡ଼ା, ଉପସଭାପତି ସୁନୀଲ ବିଶ୍ୱାଳ, ସତ୍ୟନାରାୟଣ ବେହେରା, ସଂପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ ,ସନ୍ତୋଷ ଦିିଗାଲ, ତ୍ରିନାଥ ସାହୁ, ଅଶୋକ ମହାନ୍ତି,ଶିବାନନ୍ଦ ପଟନାୟକ ,ଆଦିତ୍ୟ ତ୍ରୀପାଠୀ,ସୂର୍ଯ୍ୟ ନାରାୟଣ ବେହେରା, ଖିରୋଦ ସାହାଣୀ, ସଦାଶିବ ପାତ୍ର , କାହ୍ନା ପଟନାୟକ ପ୍ରମୁଖ ଯୋଗଦେଇ ନିଜ ଜୀବନକୁ ବାଜି ଲଗାଇ ସବୁବେଳେ ଆଗୁଆ ତଥା ଏକସକ୍ଲୁସିଭ ଖବର ପ୍ରକାଶ କରୁଥିବା ଅରିନ୍ଦମ ଆଜି ନିଜେ ଖବର ପାଲଟି ଗଲେ । ଯାହାକି ଆଜି ଗଣମାଧ୍ୟମ ଜଗତକୁ ମର୍ମାହତ ଆଉ ସ୍ତବ୍ଧ କରିଦେଇଥିଲା ବୋଲି କହିବା ସହ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ । ସେହିପରି ସ୍ୱର୍ଗତ ଅରିନ୍ଦମଙ୍କ ପରିବାରବର୍ଗଙ୍କ ଉପଯୁକ୍ତ କ୍ଷତିପୁରଣ ଯୋଗାଇଦେବା ଲାଗି ଦାବି କରିଥିଲେ । ସହ ସମ୍ପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment