ପୁରୀ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ପିନାକ ମିଶ୍ର

ପୁରୀ:ପୁରୀ ଜିଲ୍ଲା ର ନୂତନ ଏସପି ଭାବେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପିନାକ ମିଶ୍ର । ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମ ସହ ଏକ ବୈଠକରେ ସେ ଯୋଗ ଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପୁରୀ ଭଳି ସ୍ଥାନରେ ସେ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ୱ ନେଇ ଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିବା କହିଚନ୍ତି ।ମହାପ୍ରଭୁଙ୍କ ଆଶୀର୍ବାଦ ଥିବାରୁ ପୁରୀବାସୀଙ୍କ ସେବା ପାଇଁ ଏଠାରେ ତାଙ୍କୁ ସୁଯୋଗ ମିଳିଥିବା ସେ କହିଛନ୍ତି । ଏହି ଅବସରରେ ସେ ପୁରୀ ବାସିନ୍ଦାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ତେବେ ପୁରୀ ସହର ତଥା ଜିଲାରେ ଆଇନଶୃଙ୍ଖଳା ଯେଭଳି ବଜାୟ ରହିପାରିବ ସେ ନେଇ ସବୁ ବର୍ଗର ଲୋକ, ଅନୁଷ୍ଠାନ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପୁରୀ ନୂତନ ଏସପି ପିନାକ ମିଶ୍ର କହିଛନ୍ତି । ତେବେ ଆଗାମୀ ଦିନ ନିର୍ବାଚନ କମ୍‌ ଦିନ ଥିବା ବେଳେ ନିର୍ବାଚନ ବେଳେ କିଭଳି ଆଇନ ଶୃଙ୍ଖଳା ବିଗିଡିବ ନାହିଁ ସେ ଦିଗରେ ଗୁରୁତ୍ୱ ଦିଆଯିବ । ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯିବ । ସେହିପରି ପୁରୀ ହେଉଚି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ପ୍ରାଣର କେନ୍ଦ୍ର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷଲକ୍ଷ ଦର୍ଶନାର୍ଥୀ ଆସିଥାନ୍ତି । ସେମାନେ କିଭଳି ଶୃଙ୍ଖଳିତ ଦର୍ଶନ ପାଇବେ, ଭକ୍ତଙ୍କ ସୁରକ୍ଷା ସହ ଶ୍ରୀମନ୍ଦିରର ସୁରକ୍ଷା ମୁଖ୍ୟତଃ ପୋଲିସ୍‌ର ଗୁରୁ ଦାୟିତ୍ୱ ରହିବ ବୋଲି ପୁରୀ ନୂତନ ଏସପି କହିଛନ୍ତି । ସେହିପରି ଆଗାମୀ ଦିନରେ ରଥଯାତ୍ରା କିଭଳି ସୁରୁଖୁରରେ ଆୟୋଜନ ହୋଇପାରିବ ଏ ନେଇ ସବୁ ବର୍ଗ ଲୋକଙ୍କ ସହାୟତା ନିଆଯାଇ ସବୁ କାର୍ଯ୍ୟ ହେବ ।


ତେବେ ଜନସାଧାରଣ ଅସୁବିଧା, ସମସ୍ୟା ସମାଧାନ ପାଇଁ ସେ ସବୁବେଳେ ପ୍ରସ୍ତୁତ ଥିବା ବେଳେ ଲୋକମାନେ ଥାନା ଠାରୁ ଆରମ୍ଭ କରି ଏସପି ଅଫିସ ଯାଏ ବିନା ଦ୍ୱିଧାରେ ଆସି ନିଜର ଅଭିଯୋଗ ଦେଇ ପାରିବେ ବୋଲି ପୁରୀ ଏସପି କହିଛନ୍ତି । ତେବେ ପୁରୀ ଭଳି ପବିତ୍ର ସ୍ଥାନରେ ଅପରାଧିଙ୍କୁ ଜମାବି ସହ୍ୟ କରାଯିବ ନାହିଁ । ଆଇନ ଅନୁଯାୟୀ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ।

Comments (0)
Add Comment