ମାନବ ସୁରକ୍ଷା ଅଧିକାର ସଙ୍ଗଠନ ଅନୁଗୋଳ ଏବଂ ବିଶ୍ୱ ଯୁବକେନ୍ଦ୍ର ତରଫରୁ ସଚେତନା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ

ରାଜକିଶୋରନଗର:ମାନବ ସୁରକ୍ଷା ଅଧିକାର ସଙ୍ଗଠନ ଅନୁଗୋଳ ଏବଂ ବିଶ୍ୱ ଯୁବକେନ୍ଦ୍ର ବଣିନାଳୀ ମିଳିତ ସହଯୋଗରେ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତନା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ୧୬ ଓ ୧୮ ତାରିଖ ଦୁଇଟି ପର୍ଯ୍ୟାୟରେ କିଶୋରନଗର ବ୍ଲକରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଷେତ୍ରପାଳ, ଡାଙ୍ଗିନାଳୀ ସାହି, ଡେବେରାପାଲି ଆଦିବାସୀ ସାହିର ୫୪ଟି ଆଦିବାସୀ ପରିବାରକୁ ଚୂଡା, ଚିନି, ତେଲ, ଡାଲି, ବିସ୍କୁଟ, ଅମୂଲ, ମିଲମେକର, ବ୍ରେଡ ପ୍ରଭୃତି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିସହିତ ଦୁଇ ଶହ ଲୋକଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା । ସରକାରଙ୍କ ଲକ୍ ଡାଉନ୍ ନିୟମ ମାନି ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କର ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା । ମାନବାଧିକାର ସୁରକ୍ଷା ସଙ୍ଗଠନ ଅନୁଗୋଳର ବରିଷ୍ଠ ଉପସଭାପତି ଶରତ କୁମାର ମିଶ୍ର, ଅଶୋକ ମାଣ୍ଡୋଠିଆ, ସାଧାରଣ ସମ୍ପାଦକ ଅର୍ଜୁନ କୁମାର ମୁଦୁଲି, ଯୁଗ୍ମ ସମ୍ପାଦକ ଗୋଲକ କୁମାର ସାହୁ, ଅସହାୟ ସହାୟତା କମିଟୀର ମୁଖ୍ୟ ଆବାହକ ପ୍ରଦୀପ ଘିୱାଲା, ବିଶ୍ୱ ଯୁବକେନ୍ଦରେ ସମ୍ପାଦିକା ନମିତା ପ୍ରଧାନ, ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ବିଶ୍ୱ ଯୁବକେନ୍ଦ୍ର ସଭ୍ୟ ବସନ୍ତ କୁମାର ପ୍ରଧାନ, ଶିକ୍ଷାବିତ୍ ବିଚିତ୍ରାନନ୍ଦ ସାହୁ, ଅଭୟ ଚରଣ ସ୍ୱାଇଁ ପ୍ରମୁଖ କରୋନା ସଚେତନତା ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପସ୍ଥିତ ରହି ରିଲିଫ୍ ବଣ୍ଟନ କରିଥିଲେ । ସୂଚନା ଯୋଗ୍ୟ ଯେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଶ୍ୱ ଯୁବକେନ୍ଦ୍ର ଅନୁଷ୍ଠାନ ପକ୍ଷରୁ ୧୫ଦିନ ଧରି ୭୫ରୁ ଉର୍ଦ୍ଧ୍ୱ ଗ୍ରାମରେ କରୋନା ଭୁତାଣୁ ସଂକ୍ରମଣ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିବା ଜଣାଯାଏ । ଏହି କାର୍ଯ୍ୟକ୍ରମରେ ଅଭିଷେକ ମହାପାତ୍ର, ଅବିନାଶନାଥ ରଥ, ପରମାନନ୍ଦ ମିଶ୍ର, ଅଙ୍କିତ ମହାପାତ୍ର, ଗୋବିନ୍ଦ ଶଙ୍ଖାରୀ, ଦୀପକ୍ କୁମାର ସାହୁ, ଶ୍ୟାମଘନ ଦେହୁରୀ, ଦେବେଶ ମହାପାତ୍ର ପ୍ରମୁଖ ସହାୟତା କରିଥିଲେ ।

Comments (0)
Add Comment