ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପଶ୍ଚିମବଙ୍ଗ ବିଧାୟକ ଅଶୋକ ଲାହିରୀଙ୍କୁ ନୀତି ଆୟୋଗର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଶୋକ ଏବେ ପଶ୍ଚିମବଙ୍ଗର ବାଲୁରଘାଟରୁ ବିଧାୟକ ଅଛନ୍ତି, କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁନାହାନ୍ତି। ସେ ଭାରତ ସରକାରଙ୍କ ଦ୍ବାଦଶ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ଅଶୋକଙ୍କୁ ଏହି ବଡ଼ ପଦବୀ ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଉଛି। ପଶ୍ଚିମବଙ୍ଗର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ତଥା ବୈଜ୍ଞାନିକ ଗୋବର୍ଦ୍ଧନ ଦାସଙ୍କୁ ମଧ୍ୟ ନୀତି ଆୟୋଗର ସଦସ୍ୟ ଭାବେ ମନୋନୟନ କରାଯାଇଛି।