ଅଙ୍ଗନବାଡି କର୍ମୀ ଗ୍ରାମବାସୀଙ୍କୁ ସଚେତନତା ସହ ଗରିବଙ୍କୁ ମାସ୍କ ବଣ୍ଟନ କରୁଛନ୍ତି

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ କେରାଣ୍ଡି ଗ୍ରାମପଞ୍ଚାୟତର ବି. ସୀତା ପୁର ଗ୍ରାମର ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳି ପଣ୍ଡା ଗ୍ରାମ ବାସୀଙ୍କୁ ବିନା କାରଣରେ ଘରୁ ନ ବାହାରିବା,ବାରମ୍ବାର ସାବୁନ, ସାନିଟାଇଜରରେ ହାତ ଧୋଇବା ସାମାଜିକ ଦୂରତା ରକ୍ଷା କରିବା ନେଇ ଗ୍ରାମରେ ସଚେତନତା କରାଉଛନ୍ତି।କୋରନା ଦାଉରୁ ରକ୍ଷା ପାଇବା ପାଇଁ ସଚେତନତା ହିଁ ଏକ ମାତ୍ର ମାଧ୍ୟମ ହୋଇଥିବାରୁ ଏହାକୁ ଗ୍ରାମବାସୀଙ୍କୁ ପାଳନ କରିବାକୁ କହୁଛନ୍ତି ।

ଲକ ଡାଉନ ଥିବାରୁ ଘରୁ ନବାହାରିବାକୁ ପରାମର୍ଶ ଦେଉଛନ୍ତି।ସେହି ଭଳି ମାସ୍କର ଘୋର ଅଭାବ ଦେଖାଦେଇ ଥିବାରୁ ପୁଷ୍ପାଞ୍ଜଳି ପଣ୍ଡା ନିଜସ୍ଵ ଖର୍ଚ୍ଚରେ 200ରୁ ଅଧିକ ମାସ୍କ ଗ୍ରାମର ମାଆ ମହିଳା କୋଠରୀ ମହିଳା ମଣ୍ଡଳ ଗ୍ରୁପ ମାଧ୍ୟମରେ ତିଆରି କରି ଦୁଃଖୀ,ବରିଷ୍ଠ ନାଗରିକ,ଅସହାୟ ମାନଙ୍କୁ ବଣ୍ଟନ କରିଛନ୍ତି।

Comments (0)
Add Comment