ପ୍ରଦୀପ କଂଗ୍ରେସ ଛାଡିବା ପରେ ସୁର କହିଲେ ଏମିତି

ଭୁବନେଶ୍ୱର: ୧୯ ବର୍ଷ ତଳେ ବିଜେଡିରେ ମିଶିବାକୁ ମୋତେ ଅଫର ମିଳିଥିଲା ।  ମୋତେ ଘରକୁ ଡାକି ଏଭଳି ଅଫର ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଫର ଥିଲା ଜଟଣୀ କିମ୍ବା ଭୁବନେଶ୍ୱରର ଯେଉଁଠୁ ଚାହିଁବେ ଲଢିପାରିବେ ବୋଲି ନବୀନ କହିଥିଲେ । ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତାୟ । ତେବେ ନବୀନଙ୍କ ଅଫରରେ ସୁର କହିଥିଲେ ମରିବା ଯାଏଁ କଂଗ୍ରେସରେ ରହିବି ।  ସୁର ରାଉତରାୟଙ୍କ ଉତ୍ତରରେ ନବୀନ କହିଥିଲେ ଥ୍ୟାଙ୍କ ୟୁ   । ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ିବା ଅବସରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ ।ଶ୍ରୀ ରାଉତରାୟ କହିଛନ୍ତି ଯେ, ଯାହାର ମନ ସ୍ଥିର ନାହିଁ ଯାହାର ପାଓ୍ୱାର ଦରକାର ଯାହାର ଟଙ୍କା ଦରକାର ସେମାନେ ଗୋଟିଏ ଦଳରେ ସ୍ଥିର ହୋଇ ରହିପାରିବେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଦୀପ ଦଳ ଛାଡ଼ିବେ ବୋଲି ମୁଁ ୮ ମାସ ଆଗରୁ ଜାଣିଥିଲି। ସେଥିପାଇଁ କହିଥିଲି ଯଦି ଯିବାକଥା ଯାଅ କିଛି କହିବାର ନାହିଁ। କଂଗ୍ରେସ ତାଙ୍କୁ ସାଂସଦ କରିଛି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଛି। କଂଗ୍ରେସ ପ୍ରଦୀପଙ୍କୁ ପରିଚୟ ଦେଇଛି ବୋଲି ସେ କହିଛନ୍ତି। ଆଗରୁ ମଧ୍ୟ ବହୁ ନେତା ଦଳ ଛାଡିଛନ୍ତି ଦଳ ଉପରେ କିଛିବି ପ୍ରଭାବ ପଡ଼ିନାହିଁ କି ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର କିଛି ପ୍ରଭାବ ପଡିବ ନାହିଁ ବୋଲି ସଂଗ୍ରେସ୍‌ ବିଧାୟକ ସୁର ରାଉତରାୟ କହିଛନ୍ତି। ପ୍ରକାଶ ଯେ,  ପ୍ରଦୀପ ମାଝୀ ଶେଷରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି  । ପିସିସି କାର୍ଯ୍ୟକାରୀ ସଭାପତି ଥିବା ଶ୍ରୀ ମାଝୀ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି  । ଗତ କିଛିଦିନ ଧରି ଏଭଳି ଚର୍ଚ୍ଚା ଜୋର ଧରିଥିଲା  । କଂଗ୍ରେସ ଛାଡ଼ିବା ପରେ ସେ ଖୁବଶୀଘ୍ର ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ  । ଏମିତିକି ୨୦୨୨ରେ ତାଙ୍କୁ ବିଜେଡ଼ି ରାଜ୍ୟସଭାକୁ ପଠାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି  ।ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ସେ ଇସ୍ତଫା ଦେଇଛନ୍ତି  ।  ଦଳରେ ଜନସେବାର ସୁଯୋଗ ନଥିବାରୁ ସେ ଦୁଃଖ ଓ କଷ୍ଟର ସହ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି  ।

Comments (0)
Add Comment