ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରୁ ଚୋରି

ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ତାଲା କାଟି ଚୋରି ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଦୁର୍ବୁତ୍ତମାନେ ମୁଖ୍ୟ ଦ୍ୱାରର ତାଲା କାଟି ଭଗବାନଙ୍କ ବ୍ୟବହାର ଜିନିଷ ଓ ମୂର୍ତ୍ତିମାନେ ଚୋରି କରିନେଇଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ । ସୂଚନା ଅନୁସାରେ ମନ୍ଦିର ପୂଜକ ପ୍ରୀତମ ମିଶ୍ର ଶୁକ୍ରବାର ଭଗବାନଙ୍କୁ ସନ୍ଧ୍ୟା ଆଳତି ଦେଇସାରିଲା ପରେ ସବୁଦିନ ପରି ମନ୍ଦିରକୁ ତାଲା ଦେଇ ଘରକୁ ଆସିଥିଲେ ପରେ ଶୁକ୍ରବାର ସକାଳୁ ପୂଜା କରିବା ପାଇଁ ମନ୍ଦିରକୁ ଆସି ମନ୍ଦିର ତାଲା କଟା ହୋଇ ତଳେ ପଡିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁଲୋକ ଆସିଲା ପରେ ଜଗନ୍ନାଥଙ୍କ ଆସବାବପତ୍ର ତଥା ମନ୍ଦିରର ମୂର୍ତ୍ତିମାନ ଚୋରି ହୋଇଥିବା ଦେଖି ଖପ୍ରାଖୋଲ ପୋଲିସକୁ ଖବର ଦେଇଥିଲେ । ପରେ ଖପ୍ରାଖୋଲ ପୋଲିସ ଓ ବଲାଙ୍ଗୀର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଅନୁସନ୍ଧାନ ଚଳାଇବା ସହିତ ଅତିଶୀଘ୍ର ଚୋରମାନଙ୍କୁ ଧରାଯିବ ବୋଲି କହିଥିଲେ ।

Comments (0)
Add Comment