ବୁର୍ଲା ଭିସୁଟରେ ଗଣ୍ଡଗୋଳ, ବିଦା ହେଲେ୧୨ ଛାତ୍ର

ସମ୍ବଲପୁର : ର‍୍ୟାଗିଂ କରି ବିଦା ହେଲେ। ବୁର୍ଲା ଭିସୁଟ ଛାତ୍ର ଗଣ୍ଡଗୋଳ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ୨ ଜଣ ଛାତ୍ରଙ୍କୁ ୨ ବର୍ଷ ଏବଂ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖରେ ପୁଲହ ହଷ୍ଟେଲରେ ଜଣେ ତୃତୀୟ ବର୍ଷର ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବିଶ୍ୱବିଦ୍ୟାଳୟର କୁଳପତି ଶୃଙ୍ଖଳା କମିଟି ଗଠନ କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କମିଟି ତଦନ୍ତ କରି ଏବେ କୁଳପତିଙ୍କୁ ରିପୋର୍ଟ ଦେଇଛନ୍ତି। ରିପୋର୍ଟ ଆଧାରରେ କୁଳପତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Comments (0)
Add Comment