ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୨ ପର୍ଯ୍ୟଟକ; ଗୁରୁତର ଅବସ୍ଥାରେ ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ ।  ଭାସିଗଲେ ଦୁଇ ପର୍ଯ୍ୟଟକ। ଚକ୍ରତୀର୍ଥ ରୋଡ ହୋଟେଲ ପିଙ୍କ ହାଉସ ପଛପଟ ଓ କାମେଲିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇଜଣ ପର୍ଯ୍ୟଟକ। ତେବେ ଲହରୀରେ ଭାରସାମ୍ୟ ହରାଇ ଦୁଇ ପର୍ଯ୍ୟଟକ ବୁଡି ଯାଇଥିବା ଜଣାପଡିଛି। ଏହି ଦୁଇ ପର୍ଯ୍ୟଟକ ହେଲେ ସଂଜୁ ଭଟ୍ଟାଚାର୍ଯ୍ୟ ଓ ଅନୁପମ ମଣ୍ଡଳ। ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତର ଅବସ୍ଥାରେ ସଂଜୁଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି। ହୋଟେଲ କାମେଲିଆ ସମ୍ମୁଖ ବେଳାଭୂମିରେ ପର୍ଯ୍ୟଟକ ଜଣକ ସ୍ନାନ କରୁଥିବା ବେଳେ ତାଙ୍କ ପରିଚୟ ମିଳିପାରି ନାହିଁ। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments (0)
Add Comment