ୟୁଜିସି ଗାଇଡଲାଇନର ତର୍ଜମା ହେବ

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ବିଶ୍ୱବିଦ୍ୟାଳୟସ୍ତରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟସ୍ତର ପର୍ଯ୍ୟନ୍ତ ପରୀକ୍ଷା ବନ୍ଦ ରହିଛି । କେତେକ ବିଦ୍ୟାଳୟର ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ କରାଯାଇନାହିଁ । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡିକ ପାଇଁ ପରୀକ୍ଷା ଓ ପ୍ରବେଶିକା ନେଇ ଚିନ୍ତା କରାଯାଉଛି । ଏ ପ୍ରସଂଗରେ ଗତକାଲି ୟୁଜିସି ଏକ ଗାଇଡଲାଇନ ଜାରି କରିଛନ୍ତି । ତେବେ ଆମ ରାଜ୍ୟ ପାଇଁ ଯାହା ଭଲ ହେବ ସେଭଳି ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଛନ୍ତି । ସେ କହିଛନ୍ତି ଯେ, ୟୁଜିସି ଗାଇଡଲାଇନର ତର୍ଜମା କରାଯିବା ପରେ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା କେବେ ତାହା କୁହାଯାଇପାରିବ । ସମ୍ଭବତଃ ଆସନ୍ତା ଜୁନ ୧୭ ପରେ ଶିକ୍ଷାନୁଷ୍ଠାନ ଖୋଲିଲେ ଏହି ପରୀକ୍ଷା କରାଯିବ । ଲକଡାଉନ ସମୟରେ ଛାତ୍ରଛାତ୍ରୀମାନେ ବିପର୍ଯ୍ୟୟକୁ ସୁଯୋଗ ମନେ କରି ଏବେ ପଢାପଢିରେ ଧ୍ୟାନ ଦିଅନ୍ତୁ । ଲକଡାଉନ ଉଠିବା ପରେ ଯେକୌଣସି ସମୟରେ ପରୀକ୍ଷା ହେଲେ ଛାତ୍ରଛାତ୍ରୀମାନେ ତାହାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Comments (0)
Add Comment