କରୋନା ରୋଗୀଙ୍କୁ ରୋବର୍ଟ ଦେବ ଔଷଧ, ଫଳ

ମୁମ୍ବାଇ: କରୋନା ରୋଗରେ ପୀଡ଼ିତ ରୋଗୀମାନଙ୍କୁ ଚିକିତ୍ସା କରିବା, ସେମାନଙ୍କୁ ଔଷଧ ଠିକ୍ ସମୟରେ ଦେବା, ଫଳ ଦେବା ଆଦି କାର୍ଯ୍ୟକୁ ଡାକ୍ତର, ଅନ୍ୟ ସାହାଯ୍ୟକାରୀ କର୍ମଚାରୀମାନେ କରୁଛନ୍ତି । କିନ୍ତୁ ସେମାନଙ୍କ ଭିତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେଉଛି ଯେ, କାଳେ କେତେବେଳେ ଆମମାନଙ୍କୁ ଏହି ରୋଗ ସଂକ୍ରମଣ ହେବନି ତ? ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏକ ପ୍ରକାର ରିସର୍ଚ୍ଚ ଜ୍ଞାନ ବଳରେ ରୋବର୍ଟ କିପରି ରୋଗୀମାନଙ୍କୁ ଫଳ ଓ ଔଷଧ ଅତି ସହଜରେ ଯୋଗାଇଦେବ ସେଥିପ୍ରତି ଗବେଷଣା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଖୁବ୍‌ଶୀଘ୍ର ରୋବର୍ଟ ଏହି କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି ।

Comments (0)
Add Comment