ଶ୍ରେଣୀରେ ଛାତ୍ରୀମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ ଗଣିତ ଅଧ୍ୟାପକ

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ‘ପ୍ରେମ ଗୁରୁ’ ଚରଣ ସିଂହ ଛାତ୍ରୀମାନଙ୍କ ନିକଟତର ହେବା ପାଇଁ ସେମାନଙ୍କୁ ‘ପ୍ରେମ ସୂତ୍ର’ ପଢ଼ାଉ ଥିଲେ। ‘ପ୍ରେମ ସୂତ୍ର’କୁ ଛାତ୍ରୀମାନଙ୍କୁ ବୁଝାଇବାକୁ ଯାଇ ପ୍ରେମ ଗୁରୁ ବ୍ଲାକ୍‌ବୋର୍ଡରେ ଲେଖିଥିଲେ: ‘କ୍ଲୋଜ୍‌ନେସ୍‌ – ଆଟ୍ରାକ୍‌ସନ୍‌ = ଫ୍ରେଣ୍ଡସିପ୍‌’; ‘କ୍ଲୋଜ୍‌ନେସ୍‌ + ଆଟ୍ରାକ୍‌ସନ୍‌ = ରୋମାଣ୍ଟିକ୍‌ ଲଭ୍‌’ ଏବଂ ‘ଆଟ୍ରାକ୍‌ସନ୍‌ – କ୍ଲୋଜ୍‌ନେସ୍‌ = କ୍ରସ୍‌’… ଇତ୍ୟାଦି, ଇତ୍ୟାଦି!

‘ପ୍ରେମ ସୂତ୍ର’ ସବୁ ଖାଲି ପଢ଼ାଉ ନଥିଲେ ସେସବୁକୁ ବ୍ଲାକ୍‌ବୋର୍ଡରେ ଲେଖି ତାହାର ତର୍ଜମା ଓ ବାଖ୍ୟା କରିବା ସହ ସେଇ ସୂତ୍ରର ବ୍ୟବହାର ଓ ପାଳନ କଲେ ନିଜର ପ୍ରେମ ଓ ବୈବାହିକ ଜୀବନ କିପରି ସୁଖପ୍ରଦ ହୋଇପାରିବ, ସେ ସଂପର୍କରେ ମଧ୍ୟ ଛାତ୍ରୀମାନଙ୍କୁ ବିଶଦ ଭାବେ ବୁଝାଉ ଥିଲେ ‘ପ୍ରେମ ଗୁରୁ’ ଚରଣ ସିଂହ। ହେଲେ, ‘ପ୍ରେମ ଗୁରୁ’ଙ୍କ ପାଠପଢ଼ା ବେଳର ଭିଡିଓ ଭାଇରାଲ ହେବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଗଣିତ ଅଧ୍ୟାପକପ୍ରେମ ସୂତ୍ର’ ପଢ଼ାଉ ଥିଲେ ଗଣିତ ଅଧ୍ୟାପକ
Comments (0)
Add Comment