‘ମୋଦୀ ସ୍ଲୋଗାନ’ ମମତାଙ୍କ ଆଖିରୁ ନିଦ ହଜାଇଛି!

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦାବି କରି କହିଛନ୍ତି ଯେ ବିଜେପି ପ୍ରଚାରକଙ୍କ ପାଟିରେ ‘ମୋଦୀ, ମୋଦୀ’ ସ୍ଲୋଗାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଖିରୁ ନିଦ ହଜାଇ ଦେଇଛି। ସେ ନିଜ ଅଭିଭାଷଣରେ କହିଛନ୍ତି ଯେ ମୋଦୀ ସ୍ଲୋଗାନ ‘ସ୍ପିଡ୍‌ ବ୍ରେକର୍‌ ଦିଦି’ଙ୍କୁ ଅନିଦ୍ରା ରଖାଇ ଦେଉଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ରାଲିରେ ମମତାଙ୍କୁ ଆକ୍ଷେପ କରି କହିଥିଲେ ଯେ ପଶ୍ଚିମବଙ୍ଗର ବିକାଶରେ ମମତା ହେଉଛନ୍ତି ସ୍ପିଡ୍‌ ବ୍ରେକର୍‌। ମମତା ଶାସନ କ୍ଷମତାରେ ନ ଥିଲେ ପଶ୍ଚିମବଙ୍ଗ ଆଜି ଏକ ବିକଶିତ ରାଜ୍ୟର ପରିଚୟ ପାଇ ସାରିଥାନ୍ତା।

ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ ଆଣି କହିଛନ୍ତି ଯେ ତୃଣ ମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ରାଜ୍ୟବାସୀଙ୍କୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରୁ ବଞ୍ଚିତ କରିଛନ୍ତି। ଏହା ଛଡ଼ା ରାଜ୍ୟ ସରକାରଙ୍କ ପାଇଁ ରାଜ୍ୟର କୃଷିମାନେ ବି କେନ୍ଦ୍ରର ଅନୁଦାନ ଉଚିତ ଭାବେ ପାଇପାରୁ ନାହାନ୍ତି।

Comments (0)
Add Comment