ଦେଶରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦର

ନୂଆଦିଲ୍ଲୀ; ସକାଳୁ ସକାଳୁ ଗ୍ରାହକଙ୍କୁ ଚିନ୍ତାରେ ପକାଇବା ପରି ଖବର ଆସିଛି । ଦେଶରେ ପୁଣି ପେଟ୍ରୋଲ-ଡିଜେଲ୍ ଦର ବଢିଛି । ୧୦ ଦିନରେ ଚତୁର୍ଥ ଥର ପାଇଁ ମହଙ୍ଗା ହୋଇଛନ୍ତି ପେଟ୍ରୋଲ-ଡିଜେଲ । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବଢିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଭାରତରେ ପଡିଛି ଯାହା ସ୍ପଷ୍ଟ ଅନୁମାନ ହେଉଛି । ନୂଆଦର ସହ ଦିଲ୍ଲୀରେ ଡିଜେଲର ମୂଲ୍ୟ ଲିଟର ପିଛା ୯୫.୨୦ ଏବଂ ପେଟ୍ରୋଲର ମୂଲ୍ୟ ୧୦୨.୧୨ ଟଙ୍କା ବୃଦ୍ଧି ପାଇଛି । ତେଲ ଦର ବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ପ୍ରଭାବ ଆହୁରି ବଢ଼ିପାରେ । ସଦ୍ୟତମ ଦର ବଢିବା ସହିତ କୋଲକାତାରେ ପେଟ୍ରୋଲ୍ ୧୧୩  ଟଙ୍କା ୫୧ ପଇସା, ମୁମ୍ବାଇରେ ୧୧୧ ଟଙ୍କା ୨୧ ପଇସା ଚେନ୍ନାଇରେ ୧୦୭ ଟଙ୍କା ୭୭ ପଇସା ରହିଛି । 

Comments (0)
Add Comment