ଓଲଟିଲା ବୋଲେରୋ, ୭ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବୋଲେରୋ । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ସକାଳେ ବେଲଗାଭି ନିକଟରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯାହା ସୂଚନା ରହିଛି, ଗାଡିରେ ମୋଟ ୧୮ଜଣ ଲୋକ ଯାତ୍ରା କରୁଥିଲେ ।

ଶ୍ରମିକମାନେ କାମ କରିବା ପାଇଁ ଗୋକାକାରୁ ଆକ୍କାଟାଙ୍ଗିଆରାହଲ୍ଲା ଯାଉଥିବା ସମୟରେ ବେଲଗାଭି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଖବରପାଇ ମାରିହଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି ।

Comments (0)
Add Comment