ଇଂଲଣ୍ଡ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କଂଗ୍ରେସ ନେତା ଫେବୃୟାରୀ ୨୮ରେ ୧୦ ଦିନିଆ ଇଂଲଣ୍ଡ ଗସ୍ତରେ ଯିବେ। ଏହାପୂର୍ବରୁ ସେ ଫେବୃୟାରୀ ୨୪ରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଛତିଶଗଡର ରାୟପୁରରେ କଂଗ୍ରେସର ୮୫ ତମ ସାଧାରଣ ଅଧିବେଶନରେ ଯୋଗ ଦେବେ ବୋଲି ଜଣାପଡିଛି। ଏଥିରେ ଯୋଗଦେବାର ଦୁଇ ଦିନ ପରେ ରାହୁଲ ଇଂଲଣ୍ଡ ଯିବେ। ସେ ଫେବୃୟାରୀ ୨୮ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଇଂଲଣ୍ଡରେ ରହିବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment