କୋର୍ଟରେ ସ୍ବୀକାର କଲା ଶ୍ରଦ୍ଧା ହତ୍ୟାକାରୀ ଅଫତାବ, ରାଗରେ ହତ୍ୟା କରିଥିଲି

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍‌ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ ‌କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତା ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି ସେ ସବୁ ସତ କଥା ନୁହେଁ‌ ବୋଲି ଅଫ୍‌ତାବ ଦାବି କରିଛି।

ସେ ଦୋଷ ସ୍ବୀକାର କରିବା ସହ ପୁଲିସ୍‌କୁ ସହଯୋଗ କରୁଥିବା ବି କହିଛି। ଏପରିକି ‌ଯେଉଁଠା‌ରେ ସେ ଶ୍ରଦ୍ଧାର ମୃତଦେହକୁ ଫୋପାଡ଼ିଥିଲା ସେ ଲୋକେସନ ବି ପୁଲିସ୍‌କୁ ଦେଇଛି। ସେ କୋର୍ଟରେ ଆହୁରି ବି କହିଛି ଯେ ଏହି ମାମଲାକୁ ନେଇ ସେ ପୂର୍ଣ୍ଣ ସହଯୋଗ କରିବ। ମାତ୍ର ଘଟଣା ବହୁ ଦିନ ତଳର ହୋଇଥିବାରୁ ସେ ସବୁ କିଛି ମନେ ପକାଇ ପାରିବ କି ନାହିଁ ସନ୍ଦେହ ବୋଲି ବି କହିଛି।

Comments (0)
Add Comment