ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାକୁ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: କାଇରୋ ସହିତ ରାଜନୈତିକ ଓ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ୟମର ଅଂଶବିଶେଷ ଭାବେ ୨୦୨୩ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ଇଜିପ୍ଟର ରାଷ୍ଟ୍ରପତି ଅବ୍ଦୁଲ୍‌ ଫତା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରିଛି।

୨୦୧୪ରୁ ଇଜିପ୍ଟର୍‌ ରାଷ୍ଟ୍ରପତି ଥିବା ଅଲ୍‌-ସିସିଙ୍କୁ ନିମନ୍ତ୍ରଣ କରାଯିବା ପ୍ରସଙ୍ଗକୁ ଆଫ୍ରିକା ଓ ଆରବ ଜଗତ୍‌ ସହିତ ଭାରତର ଯୋଗସୂତ୍ର ବୋଲି ବିବେଚନା କରାଯାଉଛି। ଆରବର ସବୁଠୁ ଜନବହୁଳ ରାଷ୍ଟ୍ର ଇଜିପ୍ଟ ହେଉଛି ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ୍‌ ଅର୍ଥନୀତି। ଚଳିତ ବର୍ଷ ଉଭୟ ଦେଶ ସେମାନଙ୍କ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ପାଳନ କରିଛନ୍ତି।

Comments (0)
Add Comment