ଜଳିଗଲା ଚଳନ୍ତା ସ୍କର୍ପିଓ; ଜିଅନ୍ତା ଜଳିଗଲେ ୪ ଜଣ

ଆଜମେର୍‌: ରାଜସ୍ଥାନର ଆଜମେର୍‌ ଜିଲ୍ଲାରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟ ଜୀବନ୍ତ ଜଳି ଯାଇଥିବା ଜଣାପଡ଼ିଛି। ବୋରାଡା ଥାନା ଅନ୍ତର୍ଗତ ଶ୍ରୀରାମପୁରା ଗାଁ ନିକଟରେ ଭୋର ୫ଟା ୩୦ ମିନିଟରେ ସମୟରେ ଏହି ଘଟଣା ଘଟିଛି। ଦୁଇଜଣ ପୂର୍ବତନ ସରପଞ୍ଚ ଓ ତାଙ୍କ ପରିବାର ଏକ ସ୍କର୍ପିଓ ଗାଡ଼ିରେ ଯାଉଥିବାବେଳେ ଗାଡ଼ିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ, ପରିବାର ଲୋକ ଗାଡ଼ିରୁ ବାହାରି ପାରିନଥିଲେ। ପୁଲିସ ଅଧୀକ୍ଷକ ହର୍ଷବର୍ଦ୍ଦନ ଅଗ୍ରୱାଲ କହିଛନ୍ତି ଯେ, ଏହି ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ରାମସିଂହ ଚୌଧୁରୀ, ତାଙ୍କ ମା’ ତଥା ପୂର୍ବତନ ସରପଞ୍ଚ ପୁସି ଦେବୀ, ପତ୍ନୀ ତଥା ଜିଲ୍ଲା ପରିଷଦ ସଦସ୍ୟ ସୁରଜ୍ଞାନୀ ଦେବୀ ଓ ଭାଣିଜୀ ମହିମାଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃ‌ଷ୍ଟି ହୋଇଛି।

Comments (0)
Add Comment