କଂଗ୍ରେସ ଓ ବିଏସ୍‌ପିକୁ ଝଟକା, ବିଜେପିରେ ସାମିଲ ହେଲେ ଏହି ଦୁଇନେତ୍ରୀ

ଲକ୍ଷ୍ନୌ: ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଏସ୍‌ପିକୁ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସରେ ରହି ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଅଦିତି ସିଂହ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି । ଅଦିତି ଏକଦା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ଉଭୟ ଉଠାଇଥିବା ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା। କିନ୍ତୁ ଏବେ ସେ କଂଗ୍ରେସ ହାତ ଛାଡ଼ି ବିଜେପିର ପଦ୍ମ ଧରିଛନ୍ତି। ସେହିପରି ବିଏସ୍‌ପିର ବନ୍ଦନା ସିଂହ ମଧ୍ୟ ବିଜେପିରେ ମିଶିଛନ୍ତି। ବିଜେପିର ଉତ୍ତର ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂହ ଉଭୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଅଦିତି ଓ ବନ୍ଦନାଙ୍କ ଯୋଗଦାନ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି।

Comments (0)
Add Comment