ଦଳର ଭବିଷ୍ୟତ ନେଇ ଏମିତି କହିଲେ ଶାହ

ହାଇଦ୍ରାବାଦ: ଆସନ୍ତା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ବିଜେପିର ଯୁଗ ଜାରି ରହିବ। ଅର୍ଥାତ କେନ୍ଦ୍ରରେ ବିଜେପିର କ୍ଷମତା କାଏମ ରହିବ। ଦଳର ଭବିଷ୍ୟତ ନେଇ ଏମିତି କିଛି ଆକଳନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ୍। ଖାଲି ଆକଳନ କରିନାହାନ୍ତି ଭାରତ ବିଶ୍ୱଗୁରୁ ହେବ ବୋଲି ଶାହ କହିଛନ୍ତି। ହାଇଦ୍ରାବାଦରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଏହା କହିଛନ୍ତି ଶାହ। ଏହି ଅବସରରେ ଶାହ ଏକ ରାଜନୈତିକ ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ବଂଶବାଦ ରାଜନୀତି, ଜାତିବାଦ ରାଜନୀତି ଏବଂ ତୁଷ୍ଟୀକରଣ ରାଜୀନିତୀ ସବୁ ଏକ ବଡ଼ପାପ ବୋଲି ଶାହ କହିଛନ୍ତି। ଯେଉଁଥିପାଇଁ ଦେଶ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟାରେ ଷଢ଼ି ଆସୁଥିଲା ।

Comments (0)
Add Comment