ପ୍ରଧାନମନ୍ତ୍ରୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କ ନଷ୍ଟ କରୁଛନ୍ତି: ରାହୁଲ୍‌ ଗାନ୍ଧୀ

ମଲପ୍ପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ନଷ୍ଟ କରି ଭାରତୀୟ ଭାବଧାରାକୁ ବିଧ୍ବଂସ୍ତ କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଦୋଷାରୋପ କରିଛନ୍ତି। କେରଳର ମଲପ୍ପୁରମ୍‌ରେ ଏକ ‘ଡାଏଲିସିସ୍‌ ସେଣ୍ଟର୍‌’ର ଉଦ୍‌ଘାଟନୀ ଉତ୍ସବରେ ଭାଷଣ ଦେବା ବେଳେ ରାହୁଲ୍‌ ଗାନ୍ଧୀ କହିଛନ୍ତି, ଭାରତବାସୀଙ୍କ ମଧ୍ୟରେ ଥିବା ସମ୍ପର୍କ ନଷ୍ଟ କରି ସେ (ପ୍ରଧାନମନ୍ତ୍ରୀ ମୋଦୀ) ଭାରତୀୟ ଭାବଧାରାକୁ ବିଧ୍ବଂସ୍ତ କରୁଛନ୍ତି। ଭାରତ କେବଳ ଗୋଟାଏ ଭୌଗୋଳିକ ଅଞ୍ଚଳ ନୁହେଁ, ଭାରତ ହେଉଛି ସେଥିରେ ବସବାସ କରୁଥିବା ଜନସାଧାରଣ ଏବଂ ପରସ୍ପର ମଧ୍ୟରେ ଥିବା ସେମାନଙ୍କର ସମ୍ପର୍କ। ସେ ଆହୁରି ମଧ୍ୟ କହିଛନ୍ତି, ସେମାନେ କହନ୍ତି ଭାରତ ଗୋଟାଏ ଅଞ୍ଚଳ, ଆମେ କହୁ ଭାରତ ହେଉଛି ଅଧିବାସୀ ଓ ସମ୍ପର୍କ। ଭାରତ ହେଉଛି ହିନ୍ଦୁ ଓ ମୁସଲମାନ୍, ହିନ୍ଦୁ, ମୁସଲମାନ୍‌ ଏବଂ ଶିଖ୍‌, ତାମିଲ୍‌, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ମଧ୍ୟରେ ଥିବା ସମ୍ପର୍କ। ପ୍ରଧାନମନ୍ତ୍ରୀ ଉପରୋକ୍ତ ସମ୍ପର୍କ ସବୁ ନଷ୍ଟ କରି ଦେଉଥିବାରୁ ମୁଁ ଚିନ୍ତିତ।

Comments (0)
Add Comment