ଶପଥ ନେଲେ ମାନିକ ସାହା

ଅଗରତାଲା: ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମାନିକ ସାହା ଆଜି ଶପଥ ନେଇଛନ୍ତି । ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମାନିକ ସାହା କହିଛନ୍ତି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକୁ ଆମେ ଆଗେଇନେବୁ । ରାଜ୍ୟର ଆଇନ ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ଦୃଢ କରାଯିବ । ଶନିବାର ବି.କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମାଣିକ ସାହାଙ୍କୁ ବିଧାୟକ ଦଳ ନିର୍ବାଚିତ କରାଯାଇଥିଲା । ତା’ପରେ ସେ ସରକାର ଗଠନ କରିବା ପାଇଁ ରାଜ୍ୟପାଳଙ୍କୁ ଭେଟି ଦାବି କରି ଥିଲେ । ବିଧାୟକ ଦଳ ବୈଠକରେ ବିପ୍ଳବ କୁମାର ଦେବ ହିଁ ମାଣିକ ସାହାଙ୍କ ନାମ ପ୍ରସ୍ତାବ ରଖିଥିଲେ । ମାଣିକ ସାହା ଜଣେ ଦନ୍ତ ଚିକିତ୍ସକ । ସେ ପ୍ରଥମେ କଂଗ୍ରେସରେ ଥିଲେ । ୨୦୧୬ରେ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ୨୦୨୦ରେ ତାଙ୍କୁ ବିଜେପିର ତ୍ରିପୁରା ମୁଖ୍ୟ ହୋଇଥିଲେ । ସେ ଜଣେ ଭଲ ବ୍ୟାଡମିଣ୍ଟନ ଖେଳାଳି । ସେ ଏବେ ତ୍ରିପୁରା କ୍ରିକେଟ୍‌ ଆସୋସିଏସନ୍‌ର ସଭାପତି ମଧ୍ୟ ଅଛନ୍ତି ।

Comments (0)
Add Comment