ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ ଘଟଣା ଅତି ନିନ୍ଦନୀୟ: ସଲମନ୍‌

ମୁମ୍ବାଇ: ସାରା ବିଶ୍ୱ ଏବେ ମହାମାରୀ କରୋନାରେ ଆକ୍ରାନ୍ତ । ଏହି ମହାମାରୀ କରୋନାକୁ ହଟାଇବା ପାଇଁ ଏକମାତ୍ର ମୂଳ ଅସ୍ତ୍ର ହେଉଛି ଲକ୍‌ଡାଉନ୍ । ଏହି ଲକ୍‌ଡାଉନ୍ ସମୟରେ ସରକାରଙ୍କ ଦ୍ୱାରା ଜାରି ନିୟମକୁ ଉଲ୍ଲଙ୍ଘନ କରିବା, ବାହାରେ ବିନା କାରଣରେ ଭ୍ରମଣ କରିବା, ଡାକ୍ତରଖାନାମାନଙ୍କରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆକ୍ରମଣ କରିବା ଆଦି ଘଟଣାକୁ ବଲିଉଡ୍‌ର ସୁପର ହୀରୋ ଭାବେ ବିବେଚିତ ସଲମନ୍ ଖାଁନ୍ ନିନ୍ଦା ପ୍ରକାଶ କରିବା ସହ ଏକ ଭିଡ଼ିଓ ମଧ୍ୟ ଛାଡ଼ିଛନ୍ତି । ସେ ଏବେ ନିଜ ଫାର୍ମ ହାଉସ୍‌ରେ ନିଜର ମା ସଲମା, ଭଉଣୀ ଆଲଭିରା ଅଗ୍ନିହୋତ୍ରୀ ଏବଂ ଅର୍ପିତା ଖାନ୍ ଶର୍ମା, ଭିଣୋଇ ଆୟୁଷ ଶର୍ମା, ଭଣଜା ଅହିଲ୍‌ଙ୍କ ସହ ଦିନ କାଟୁଛନ୍ତି ।

Comments (0)
Add Comment