ଜାଣନ୍ତୁ,ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଘଣ୍ଟା ପ୍ରତି କେତେ ଟଙ୍କା ଖର୍ଚ୍ଚ ହେଉଛି

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବିମାନ ଚଳାଚଳ ଜାରି ରହିଛି । ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିମାନ ଭଡା ଭରଣା କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି.ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏକ ରିପୋର୍ଟ ଅନୁଯାୟୀ, ଘଣ୍ଟା ପ୍ରତି ୭-୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମୁଖ୍ୟତଃ ଉଡ଼ାଣରେ ଖର୍ଚ୍ଚ ହେଉଥିବା ମୋଟ ପରିମାଣ, କେଉଁଠାକୁ ବିମାନ ଯାଉଛି ଓ କେତେ ଦୂର ଯାଉଛି, ତାହା ଉପରେ ନିର୍ଭର କରେ । ଏହା ବ୍ୟତୀତ ସମୁଦାୟ ଖର୍ଚ୍ଚରେ କ୍ରୁ, ଇନ୍ଧନ, ନାଭିଗେସନ୍‌, ଲ୍ୟାଣ୍ଡିଂ ଏବଂ ପାର୍କିଂ ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଏୟାର ଇଣ୍ଡିଆ ରୋମାନିଆର ରାଜଧାନୀ ବୁଖାରେଷ୍ଟ ଏବଂ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରୁ ବିମାନ ଚଳାଚଳ କରୁଛି । ଫ୍ଲାଇଟ୍‌ ଟ୍ରାକିଂ ୱେବସାଇଟ୍‌ ଫ୍ଲାଇଟ୍‌ ଆୱାର୍‌ ଅନୁଯାୟୀ, ଶନିବାର ଦିନ ବୁଖାରେଷ୍ଟରୁ ମୁମ୍ବାଇ ଅଭିମୁଖେ ଯାତ୍ରା ସମୟ ପ୍ରାୟ ଛଅ ଘଣ୍ଟା ଥିଲା । ସେହିପରି ବୁଦାପେଷ୍ଟରୁ ଦିଲ୍ଲୀରେ ପହଞ୍ଚିବା ପାଇଁ ପ୍ରାୟ ୬ ଘଣ୍ଟା ଉଡାଣ କରିଥିଲା । ପ୍ରତି ଘଣ୍ଟାରେ ସାତରୁ ଆଠ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସେହି ଅନୁଯାୟୀ, ଗୋଟିଏ ବିମାନ ପିଛା ୧.୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।

Comments (0)
Add Comment