ଜାଣନ୍ତୁ,କ’ଣ ପାଇଁ ରାତାରାତି ହିରୋ ବନିଗଲା ଏହି କୁକୁର

ନୂଆଦିଲ୍ଲୀ: କୁକୁର,ଗାଈ,ଘୋଡ଼ା ପଶୁ ହେଲେ ବି ସେମାନଙ୍କର ଭଲ ଗୁଣ ଓ କାର୍ଯ୍ୟ ଯୋଗୁ ସେମାନେ ପ୍ରଶଂସାର ପାତ୍ର ହୋଇଥାନ୍ତି । ମଣିଷ ବିଶ୍ୱାସଘାତକତା କରିପାରେ,କିନ୍ତୁ ପଶୁ ତାହା କରିନଥାଏ । ନିଜେ ମରିଯିବେ ପଛକେ କିନ୍ତୁ ମାଲିକକୁ ମରିବାକୁ ଦେବେନି । ତାଲିମପ୍ରାପ୍ତ ପଶୁ ତ ଆହୁରି ଉଚ୍ଚରେ । ବହୁ ବଡ଼ ବଡ଼ ବିପର୍ଯ୍ୟୟରୁ ଲୋକଙ୍କୁ କୁକୁର ବଞ୍ଚାଇବାର ନଜିର ରହିଛି । ଏବେ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ସେଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଯୁଦ୍ଧ ସମୟରେ ଏକ ସର୍ଭିସ କୁକୁର ହିରୋ ହୋଇଯାଇଛି । ଏହି କୁକୁରକୁ ପ୍ରଶଂସା କରାଯିବା ସହିତ ସବୁ ସ୍ଥାନରେ ତାର ଚର୍ଚ୍ଚା ହେଉଛି । ଏପରିକି ୟୁକ୍‌ରେନର ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କୁକୁରକୁ ପ୍ରଶଂସା କରିବା ସହ ଶହଶହ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ତାକୁ ଧନ୍ୟବାଦ ଜଣାଇଛି । ବାସ୍ତବରେ, ପାଟ୍ରନ୍‌ ନାମକ ଏହି କୁକୁରଟି ୟୁକ୍‌ରେନର ରାଜ୍ୟ ଜରୁରୀକାଳୀନ ସେବା ସହିତ ଜଡିତ ଅଛି । ୟୁକ୍‌ରେନର ବୈଦେଶିକ ମନ୍ତ୍ରାଳୟ ଦାବି କରିଛି ଯେ ପାଟ୍ରନ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ସୈନିକ ଦ୍ୱାରା ଖଞ୍ଜା ଯାଇଥିବା ୧୫୦ରୁ ଅଧିକ ବିସ୍ଫୋରକ ଉପକରଣ ଚିହ୍ନଟ କରିଛି । ଯାହାଦ୍ୱାରା ଶହ ଶହ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି । ଯଦି ପାଟ୍ରନ୍‌ ଏହା ନକରି ଥାଆନ୍ତା ତେବେ ୟୁକ୍‌ରେନକୁ ବହୁ କ୍ଷତି ସହିବାକୁ ପଡିଥାଆନ୍ତା ।

Comments (0)
Add Comment