India Vs Pakistan : ଜାତିସଂଘରେ ଅନୁପମା ସିଂହଙ୍କ ମହାଗର୍ଜନ, କାନ୍ଦିଲା ପାକିସ୍ତାନ !

ଜାତିସଂଘ ବା UN ମଞ୍ଚରେ ସାରା ବିଶ୍ୱ ଆଗରେ ପାକିସ୍ତାନର ମୁଖା ଖୋଲିଦେଲା ଭାରତ। ପାକିସ୍ତାନକୁ ଗୋଟିଏ ‘ଫ୍ରାଙ୍କେନଷ୍ଟାଇନ୍ ଷ୍ଟେଟ୍’ ବୋଲି କହି ସିଧାସଳଖ ଆଟାକ୍ କଲେ ଭାରତୀୟ କୂଟନୀତିଜ୍ଞ ଅନୁପମା ସିଂହ । ଯେଉଁ ଆତଙ୍କବାଦକୁ ପାକିସ୍ତାନ ଜନ୍ମ ଦେଇଥିଲା, ସେହି ଆତଙ୍କବାଦ ଏବେ ତାକୁ ହିଁ ଶେଷ କରୁଛି ବୋଲି କହିବା ସହ ପାକ୍-ଅଧିକୃତ କାଶ୍ମୀରର ଅକୁହା କାହାଣୀ ଉଠାଇ ପାକିସ୍ତାନର ମୁହଁ ବନ୍ଦ କରିଦେଇଛି ଟିମ୍ ଇଣ୍ଡିଆ । ଆସନ୍ତୁ ଜାଣିବା ଜାତିସଂଘରେ କେମିତି ଅପମାନିତ ହୋଇଛି ପାକିସ୍ତାନ…

ଜାତିସଂଘରେ ପାକିସ୍ତାନ ସବୁବେଳେ ଭାରତ ବିରୋଧରେ ବିଷୋଦଗାର କରିବାକୁ ଚେଷ୍ଟା କରିଥାଏ , କିନ୍ତୁ ଏଥର ଭାରତର ରାଇଟ୍ ଅଫ୍ ରିପ୍ଲାଇ ପାକିସ୍ତାନର ମୁହଁ ବନ୍ଦ କରିଦେଇଛି । ଭାରତୀୟ କୂଟନୀତିଜ୍ଞ ଅନୁପମା ସିଂହ କହିଛନ୍ତି ଯେ, ପାକିସ୍ତାନ ହେଉଛି ଏକ ‘ଫ୍ରାଙ୍କେନଷ୍ଟାଇନ୍ ଷ୍ଟେଟ୍’ ଯାହା ନିଜେ ତିଆରି କରିଥିବା ମନଷ୍ଟର ବା ଆତଙ୍କବାଦୀଙ୍କ ଦ୍ୱାରା ନଷ୍ଟ ହେବାକୁ ଯାଉଛି ।

କେବଳ ସେତିକି ନୁହେଁ, ପାକିସ୍ତାନରେ ଚାଲିଥିବା ମାନବାଧିକାର ଉଲ୍ଲଂଘନ ଏବଂ ପାକ୍-ଅଧିକୃତ କାଶ୍ମୀରରେ ସେଠାକାର ସ୍ଥାନୀୟ ଲୋକଙ୍କ ଉପରେ ପାକ୍ ସେନା କରୁଥିବା ବର୍ବର ଅତ୍ୟାଚାର ଓ ଦମନଲୀଳାକୁ ଭାରତ ବିଶ୍ୱ ଦରବାରରେ ଉଠାଇଛି । ଆଉ ପାକିସ୍ତାନର ମିଥ୍ୟା ପ୍ରୋପାଗାଣ୍ଡାକୁ ସାରା ବିଶ୍ୱ ଆଗରେ ସମାଲୋଚନା କରି ପାକିସ୍ତାନ ଅସଲ ଚେହେରାକୁ ସାମ୍ନାକୁ ଆଣିଛି ଭାରତ ।

Anupama SinghForeign PolicyGeo politicsIndia Vs PakistanIndian DiplomacyUnited NationsWorld Politics
Comments (0)
Add Comment