ଅନନ୍ତ ନାଗେଶ୍ୱରନ ହେଲେ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ: ଡ. ଭି ଅନନ୍ତ ନାଗେଶ୍ୱରନ ହେଲେ ଦେଶର ନୂଆ ଅର୍ଥନୈତିକ ପରାମର୍ଶଦାତା(ସିଇଏ) । କେନ୍ଦ୍ର ସରକାର ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ବଜେଟ ଆସିବାକୁ ଥିବାବେଳେ ଆଜି ଏହି ପଦକ୍ଷେପ ନେଇଛନ୍ତି ସରକାର । ସିଇଏ ହେଉଛନ୍ତି ଅର୍ଥନୈତିକ ସର୍ଭେର ପ୍ରସ୍ତୁତିକର୍ତ୍ତା । ଏହି ଅତି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରସ୍ତୁତ ହୋଇଥାଏ । ଏହାକୁ ଭାରତର ସମଗ୍ର ଅର୍ଥନୀତିର ଦର୍ପଣ ବୋଲି ମଧ୍ୟ କୁହାଯାଇଥାଏ । କ୍ରେଡିଟ୍‌ ସୁଇସ୍‌ ଗ୍ରୁପ୍‌ ଏଜି ଏବଂ ଜୁଲିୟସ୍‌ ବେର ଗ୍ରୁପ୍‌ ସହିତ ଏକାଡେମିକ୍‌ ତଥା ପୂର୍ବତନ କାର୍ଯ୍ୟନିର୍ବାହୀ ଡ. ନାଗେଶ୍ୱରନ୍‌ କେ.ଭି ସୁବ୍ରମଣ୍ୟନଙ୍କ ଉତ୍ତରାଧିକାରୀ ଅଟନ୍ତି, ଯିଏକି ତିନି ବର୍ଷ କାର୍ଯ୍ୟକାଳ ଶେଷ ହେବା ପରେ ଡିସେମ୍ବର ୨୦୨୧ରେ ସିଏଏର କାର୍ଯ୍ୟାଳୟ ଛାଡିଥିଲେ ।

Comments (0)
Add Comment