ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଆର୍ଥିକ ସଙ୍କଟ ଓ ଅସ୍ଥିରତା ମଧ୍ୟରେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ମାତ୍ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଏଥିସହ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଭାରତ ଓ ଶ୍ରୀଲଙ୍କା ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି। ଶ୍ରୀଲଙ୍କା ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଭାରତ ସରକାର ଆର୍ଥିକ ସହାୟତା କରି ଆସୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ବିକ୍ରମସିଂହ ତାଙ୍କ ଭାରତ ପ୍ରତିପକ୍ଷ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୁରୁବାର ସନ୍ଧ୍ୟାରେ ୭୩ ବର୍ଷୀୟ ବିକ୍ରମସିଂହ ଶ୍ରୀଲଙ୍କାର ୨୬ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comments (0)
Add Comment