କରୋନାରୁ ବଞ୍ଚିବାକୁ ପ୍ରିୟଙ୍କା ଦେଲେ ଏହି ଉପଦେଶ

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କରୋନା ଭାଇରସ୍ ବିରୁଦ୍ଧ ଲଢେଇରେ ଅଧିକରୁ ଅଧିକ ପରୀକ୍ଷଣ ହିଁ ସବୁଠୁ ଭଲ ଉପାୟ ବୋଲି କହିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଅଧିକ ପରୀକ୍ଷଣ କରାଯିବା ଦିଗରେ ତତ୍କାଳ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ସମୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଉପକରଣ ଉପଲବ୍ଧ କରାଯାଉ, ଯଦ୍ୱାରା ଭାଇରସର ଏହି ମହାମାରୀକୁ ଦୃଢତାର ସହ ମୁକାବିଲା କରାଯାଇ ପାରିବ ।
ପ୍ରିୟଙ୍କା ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ଏହା ଜରୁରୀ ଭାରତ ନିଜର ପରୀକ୍ଷଣ ହାରକୁ ବୃଦ୍ଧି କରୁ । ରୋଗର ଗମ୍ଭୀରତା, ରୋଗ ସମୂହ ଏବଂ ମୂଲ୍ୟବାନ ସୂଚନା ପରୀକ୍ଷଣରୁ ହିଁ ମିଳିଥାଏ । ଏହି ଲକଡାଉନର ଫଳାଫଳ ପାଇଁ ଏହି ଦେଶର ଚିକିତ୍ସାକୁ ଆହୁରି ସୁଦୃଢ କରିବାକୁ ବହୁଳ ଭାବେ ପରୀକ୍ଷଣ ଏବଂ ଅନ୍ୟ ଉପାୟ ଅବଲମ୍ବନ କରିବା ଉଚିତ୍ । ସରକାରଙ୍କୁ ଏବେ ସେହି ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।
କଂଗ୍ରେସ ନେତା କହିଛନ୍ତି ବାନ୍ଦାରେ ନର୍ସ ଓ ମେଡିକାଲ ଷ୍ଟାଫଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ନଦେବା ତଥା ସେମାନଙ୍କର ବେତନ କାଟିବା ଘଟଣା ଅନ୍ୟାୟ ଅଟେ । ସଂପ୍ରତି ମେଡିକାଲ କର୍ମଚାରୀଙ୍କୁ ସବୁଠୁ ଅଧିକ ସହଯୋଗର ଆବଶ୍ୟକତା ରହିଛି । ସେମାନେ ଜୀବନଦାତା ଓ ଯୋଦ୍ଧା ପରି ମଇଦାନରେ ଲଢୁଛନ୍ତି । ସେ ଉତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କଠୁ ସେମାନଙ୍କର ପୂରା ସହଯୋଗ କରିବା ତଥା ବେତନ ନକାଟିବାକୁ ଦାବି କରିଛନ୍ତି ।

Comments (0)
Add Comment