ନୂଆଦିଲ୍ଲୀ- ଏସଆଇଆର ବୈଧ। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ-ଏସଆଇଆରପ୍ରସଙ୍ଗକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଆଜି ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଯେଉଁଠି କୋର୍ଟ ସ୍ପଷ୍ଟ ଭାବେ ଏହା କହିଛନ୍ତି କି, ନିର୍ବାଚନ କମିଶନ ନାଗରିକତାକୁ ଯାଞ୍ଚ କରିପାରିବେ।
ପୂର୍ବରୁ ହୋଇଥିବା କିମ୍ବା ନିର୍ବାଚନ କମିଶନ କରାଉଥିବା ଭୋଟର ତାଲିକାର ସାଧାରଣ ସଂଶୋଧନଠାରୁ ଏସଆଇଆର ସମ୍ପୂର୍ଣ୍ଣ ଭାବେ ଭିନ୍ନ। ଏସଆଇଆର ବୈଧ, ଏହାକୁ ବାତିଲ କରାଯାଇପାରିବନି। ଖାଲି ସେତିକି ନୁହେଁ ଏସଆଇଆର ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇପାରିବ।
ବିହାର ଓ ପଶ୍ଚିମବଙ୍ଗରେ Sଏସଆଇଆର ଲାଗୁ ହେବା ପରେ ଏହାର ବୈଧତା ଓ ସାମ୍ବିଧାନିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା ମାମଲା।