କନ୍ଧମାଳରେ ପୁଣି ମାଓ ପୋଷ୍ଟର


ଦାରିଙ୍ଗବାଡି : କନ୍ଧମାଳରେ ପୁଣି ମାଓ ପୋଷ୍ଟର । ମାଓବାଦୀଙ୍କ ସହିଦ୍ ସପ୍ତାହର ଚତୁର୍ଥ ଦିନରେ ଦାରିଙ୍ଗବାଡି ଥାନା ସିମନବାଡି ବଜାରରେ ଦେଖିବାକୁ ମିଳିଛି ବା.ଘୁ.ନା.(ବାସଧାରା ଘୁମୁସର ନାଗାବଳୀ) ଡିଭିଜନର ପୋଷ୍ଟର । ଆଜି ସକାଳୁ ସିମନବାଡି ବଜାରର ଗୋଟିଏ ଦୋକାନ ବାରଣ୍ଡାରେ ହାତଲେଖା ପୋଷ୍ଟର ପଥର ଲଦି ରଖାଯାଇଥିବା ଦେଖିବାକୁ ମିଳିଛି । ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଗାଁ ଗାଁରେ ସହିଦ୍ ସପ୍ତାହ ପାଳନ କରନ୍ତୁ,ଶତ୍ରୁ ଉପରେ ପ୍ରତି ଆକ୍ରମଣକରି ସହୀଦ୍ ସାଥିଙ୍କ ହତ୍ୟାର ବଦଲା ନିଅନ୍ତୁ,ଶତ୍ରୁର ଫାସିବାଦ ଆକ୍ରମଣ ସମାଧାନ ଯୋଜନାକୁ ପରାସ୍ତ କରନ୍ତୁ,ଜଳ ଜମି ଜଙ୍ଗଲ ଉପରେ ଅଧିକାରପାଇଁ ଦୀର୍ଘକାଳୀନ ଜନ ଯୁଦ୍ଧକୁ ତୀବ୍ର କରନ୍ତୁ ବୋଲି ଉଲ୍ଲେଖ ଥିବାବେଳେ ସିପିଆଇ ମାଓବାଦୀ ଜିନ୍ଦାବାଦ୍, ବାଘୁନା ଡିଭିଜନାଲ କମିଟି, ଭାକପା (ମାଓବାଦୀ) ଲେଖାଥିବା ଦେଖବାକୁ ମିଳିଛି ।

ଏହାଦେଖି ଅଞ୍ଚଳବାସୀ ଭୟଭୀତ ଥିବା ଜଣାପଡ଼ିଛି । ସେପଟେ ସହିଦ୍ ସପ୍ତାହକୁ ଦୃଷ୍ଟିରେରଖି ପୋଲିସ ପ୍ରଶାସନ ପକ୍ଷରୁ କୁମିଁ ଅପରେସନ ଯୋରଦାର୍ କରାଯିବାସହ ବିଭିନ୍ନ ସ୍ଥାନରେ ନାକା କରି ଗାଡିମୋଟର ଯାଞ୍ଚ୍ କରୁଛି । ଅନ୍ୟପଟେ ଦାରିଙ୍ଗବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୋଷ୍ଟରକୁ ଜବତ କରିଥିବା ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ଭିନିତ୍ ଅଗ୍ରୱାଲ ।

Comments (0)
Add Comment