ନାଲ୍‌କୋ ପକ୍ଷରୁ ନବରଙ୍ଗପୁରରେ କାର୍ଯ୍ୟକ୍ଷମ ସ୍ୱତନ୍ତ୍ର କୋଭିଡ୍ ମେଡିକାଲ୍‌

ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ ଜନିତ ମହାବି ତ୍ତିର ମୁକାବିଲା ପାଇଁ ଦେଶ ଏବଂ ରାଜ୍ୟ ପ୍ରତି ନିଜର ପ୍ରତିବଦ୍ଧତା ଏବଂ କର୍ତ୍ତବ୍ୟ ପରାୟଣତା ପ୍ରଦର୍ଶନ ସ୍ୱରୂ ରାଷ୍ଟ୍ରାୟାତ ନବରତ୍ନ କମ୍ପାନୀ (ନାଲ୍‌କୋ) ତରଫରୁ ନବରଙ୍ଗପୁରଠାରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ମେଡିକାଲ କାର୍ଯ୍ୟକ୍ଷମ ହେବ । ଏହି ପରିପ୍ରେକ୍ଷୀରେ ଶନିବାର ଜିଲ୍ଲା ପ୍ରଶାସନ, ଖ୍ରୀଷ୍ଟିୟାନ୍ ହସ୍ପିଟାଲ୍ ଏବଂ ନାଲ୍‌କୋ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ମେଡିକାଲରେ କରୋନା ସଂକ୍ରମଣ ଜନିତ ଚିକିତ୍ସା ପାଇଁ ସମସ୍ତ ଆଧୁନିକ ବ୍ୟବସ୍ଥା ଅଛି । ଏଥିପାଇଁ ନବରଙ୍ଗପୁରର ହିର୍ଲିଠାରେ ଅବସ୍ଥିତ ବିଇଡି କଲେଜ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ୍ କେୟାର୍ କେନ୍ଦ୍ରର ସଂଚାଳନ ପାଇଁ ବ୍ୟବସ୍ଥା କରା ଯାଇଛି ବୋଲି ମଧ୍ୟ ଏହି ଚୁକ୍ତିରେ ଉଲ୍ଲେଖ ଅଛି ।ଏହି ସ୍ୱତନ୍ତ୍ର କୋଭିଡ-୧୯ ମେଡିକାଲ ଦ୍ୱାରା ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାର ଲୋକମାନେ ଉପକୃତ ହେବା ସହିତ ଆଖପାଖ ଜିଲ୍ଲା ଯଥା ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡି ଜିଲ୍ଲାର ଅଧିବାସୀ ମାନେ ମଧ୍ୟ ଉପକୃତ ହୋଇ ପାରିବେ । ଏହି କାର୍ଯ୍ୟ ପାଇଁ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର କୃତଜ୍ଞତା ପ୍ରକାଶ କରିବା ସହିତ କହିଛନ୍ତି ଯେ ନାଲ୍‌କୋ ଅତୀତରେ ମଧ୍ୟ ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶାର ଲୋକମାନଙ୍କ ପାଖରେ ଠିଆ ହୋଇଛି । ତେଣୁ ଏହି ମହା ବପିତ୍ତି ସମୟରେ ମଧ୍ୟ ନାଲକୋ ପୂର୍ଣ୍ଣ୍ରାଣରେ ନିଜର ସାହାଯ୍ୟର ହାତ ବଢେଇବ ବୋଲି ଶ୍ରୀ ପାତ୍ର କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନିକଟରେ ନାଲ୍‌କୋ କର୍ମଚାରୀମାନେ କରୋନା ଜନିତ ବିପତ୍ତିର ମୁକାବିଲା ପାଇଁ ସେମାନଙ୍କର ୨ଦିନର ଦରମା ବାବଦକୁ ମୋଟ ୫.୨ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କେୟାର୍ ଫଣ୍ଡ୍ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌କୁ ପ୍ରଦାନ କରିଛନ୍ତି ।

Comments (0)
Add Comment