ବାହାର ରାଜ୍ୟର ୧୮୦ ଯୁବକ ଯୁବତୀ ୪ ଦିନ ହେଲା ଭୋକରେ

ଫୁଲବାଣୀ :ସମଗ୍ର କନ୍ଧମାଳ ଜିଲାରେ ଲକଡାଉନ ଅବସରରେ ଜିଲାର ବିଭିନ୍ନ ଯାଗାରେ ଘରେ ବନ୍ଦ ହୋଇ ରହିଥିବା ଅସହାୟ ଏବଂ ଗରିବ ଶେଣୀର ଲୋକଙ୍କୁ ତଥା ବାହାର ରାଜ୍ୟରୁ ଆସି ଜିଲାରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଲୋକଙ୍କୁ ସେମାନଙ୍କ ରୋଜଗାର ବନ୍ଦ ଥିବାରୁ ସେମାନଙ୍କୁ ସରକାରଙ୍କ ତରଫରୁ ଚାଉଳ ଏବଂ ଆବଶ୍ୟକ ବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି । ସେଥିପାଇଁ ଜିଲା ପ୍ରଶାସନ ତରଫରୁ ଫୁଲବାଣୀ ମୁନିସିପାଲିଟି ଅଂଚଳରେ ଥିବା ଭିକାରୀ,ବିକଳାଙ୍ଗ,ଖଟିଖିଆ ଏବଂ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବାପାଇଁ ମୁନିସିପାଲିଟି ଅଂଚଳରେ କିଛି ଅନୁଷ୍ଠାନ ଓ ମହିଳା ସ୍ୱଂୟସହାୟୀକା ଗୋଷ୍ଠୀମାନଙ୍କୁ ଖାଦ୍ୟ ରାନ୍ଧିବା ଦାୟୀତ୍ୱ ପ୍ରଦାନ କରାଯାଇଛି । ସେମାନଙ୍କଠାରୁ ରନ୍ଧା ଖାଦ୍ୟ ନେଇ ମୁନିସିପାଲିଟି କର୍ମଚାରୀ ଏବଂ ସ୍ୱେଛାସେବୀ ମାନେ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ତେବେ ମୁନିସିପାଲିଟି କର୍ତୃପକ୍ଷଙ୍କ ଦାୟୀତ୍ୱ ହୀନତା ଯୋଗୁଁ ବାହାର ରାଜ୍ୟରୁ ଆସିଥିବା କିଛି ଶ୍ରମିକ ଶ୍ରେଣିର ଲୋକ ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟର ୧୮୦ ଜଣ ଯୁବକ ଯୁବତୀ ମାନେ ଏଠାରେ ରହି ତାଲିମ ନେଉଥିବାବେଳେ ଲକଡାଉନ ହେବାରୁ ସେମାନଙ୍କ ପରିବାରରୁ ଟଙ୍କା ଆସୁନାହିଁ ତେଣୁ ସେମାନଙ୍କୁ ଖାଇବାକୁ ମିଳୁନାହିଁ ଫଳରେ ସେମାନେ ଗତ ୪ ଦିନ ହେଲା କେବଳ ଓଳିଏ ଲେଖାଁଏ ସୁଜି ଖାଇ ଅନ୍ୟ ସମୟରେ ଓପାସ ରହୁଥିବା ଦେଖିବାକୁ ମିଳିଛି । । ଏହି ସୁଚନା କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଦୃଷ୍ଟିଗୋଚର ହେବାରୁ ଜିଲା ପ୍ରଶାସନର ଗୋଚରକୁ ସେମାନେ ଆଣି ଥିଲେ । ହେଲେ ଜିଲାପ୍ରଶାସନ ତରଫରୁ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବାପାଇଁ କୌଣସ ପ୍ରଚେଷ୍ଟା କରାଯାଇନାହିଁ । ତେଣୁ ସହରରେ କିଛି ବଦାନ୍ୟ ବ୍ୟକ୍ତି ସେମାନଙ୍କୁ ଆଜି କିଛି ଚାଉଳ ଏବଂ ଡାଲି ଦେଇଛନ୍ତି । ତେବେ ସେଥିରୁ ପ୍ରାୟ ୧୨୦ ଜଣଙ୍କୁ ଏଯାବତ କୌଣସି ଖାଦ୍ୟ ଦ୍ରବ୍ୟ ମିଳିନାହିଁ ।

Comments (0)
Add Comment