ଜେନେରାଲ ବିପିନ ରାୱତ ଓ ତାଙ୍କ ସେନା ଟିମଙ୍କ ଦେହାନ୍ତରେ ସୋନପୁରରେ ଶୋକ ସଭା

ଜେନେରାଲ ବିପିନ ରାୱତ ଙ୍କ ସମେତ ତାଙ୍କ ଧର୍ମ ପତ୍ନୀ ଓ ସେନା ବାହିନୀଙ୍କ ଦେହାନ୍ତରେ ସାରା ଦେଶ ସ୍ତବ୍ଧ ହୋଇ ଯାଇଥିବା ବେଳେ ଆଜି ଶ୍ରୀ ରାୱତ ଓ ଦେଶର ମହାନ ଯୋଦ୍ଧା ସହିଦ ଅମର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଏସବିଆଇ ଆରଏସଇଟି ଟ୍ରେନିଙ୍ଗ ସେଣ୍ଟରରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା ।

ରକ୍ତଦାତା ସଂଘ ସୁବର୍ଣ୍ଣପୁର ଶାଖାର ଉଦ୍ୟୋକ୍ତା ମନୋଜ ପଣ୍ଡାଙ୍କ ଦ୍ୱାରା ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସୁବର୍ଣ୍ଣପୁର ଡିଏସପି ହେମ ସାଗର ନନ୍ଦ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ସ୍ୱଚ୍ଛ ଭାରତ ଉପଦେଷ୍ଟା ଗରିବ ଲୋଇ, ମେଡିକାଲ ଡିଇଓ ନାରାୟଣ ରଥ, ପୋଲିସ ହାବିଲଦାର ସନ୍ତୋଷ ପାତ୍ର, ଏସବିଆରଏସ, ଇଟିଆଇ ମାଷ୍ଟର ଟ୍ରେନର ସଂଯୁକ୍ତା ନନ୍ଦ, ମାଧବ କୁମାର, ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଯୁଧିଷ୍ଠିର ପଧାନୀଙ୍କ ସମେତ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ମହିଳା ଓ ଛାତ୍ରୀ ଯୋଗ ଦେଇ ସ୍ୱର୍ଗୀୟ ସେନା ମୁଖ୍ୟଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ରାୱତ ଙ୍କ ସ୍ମୃତି ଚାରଣ କରିଥିଲେ ।

cds bipin rawatଜେନେରାଲ ବିପିନ ରାୱତ
Comments (0)
Add Comment