ତ୍ରିପୂରା ରାଜ୍ୟରୁ ଆସିଥିବା ମିନାବଜାର କର୍ମଚାରୀଙ୍କୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ

ଓ ଆର ଡିଏ ବନବାସୀ କଳା ସାଂସ୍କୃତିକ ବିକାଶ ପରିଷଦ ଓ ବିଜୁ ଯୁବ ବାହିନୀ ଅନୁଷ୍ଟାନ ଟିକାବାଲି ରୟାଲ ଯୁବକ ସଂଘ ଟିିପାରିଗାଁ ଓ ଦଳଗୋବିନ୍ଦ ଯୁବକ ସଂଘ ଛତିଝାର ଙ୍କ ମିଳିତ ଉଦ୍ୟମ ସହିତ ସମାଜ ସେବୀ କ୍ରିଷ୍ଟା ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ଟିକାବାଲି, ଛାତିଝାର ଓ ଆଖ ପାଖ ଗ୍ରାମରେ ଖାଦ୍ୟ ବଟଂନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।ଏଥି ସହିତ ଗତ ମାସରେ ଛାତିଝାର ଦୋଳଯାତ୍ରାକୁ ଆସି ଥିବା ତ୍ରିପୁରା ରାଜ୍ୟର ମିନାବଜାରର କର୍ମଚାରୀମାନେ କନ୍ଧମାଳ ଜିଲ୍ଲା ସହିତ ସମଗ୍ର ଦେଶ ଲକଡାଉନ୍ ଘୋଷଣାପରେ ସେମାନେ ଆଉ ଘରକୁ ଫେରିପାରି ନଥିଲେ ।ଫଳସ୍ୱରୁପ ପାଖରେ ଥିବା ଅର୍ଥ ସରିଜିବା ପରେ ଭୋକରେ ରହିଥିଲେ ।ଛତିଝାର ଯୁବକ ସଂଘୀର ସଦସ୍ୟମାନେ ସମାଜ ସେବୀ କ୍ରିଷ୍ଟାଙ୍କ ସହ ଆସି ଦେଖିଲେ ସେମାନେ କିପରି ଚଳୁଛନ୍ତି ଜାଣିବାପରେ ତାଙ୍କ ପାଇଁ ଛତିଝାର ଗ୍ରାମବାସୀଙ୍କ ସହଯୋଗରେ ଭାତ,ଡାଲି ଓ ଅଣ୍ଡା ତରକାରୀ ଯୋଗାଇ ଦିଆ ଯାଇଥିଲା ।ଏଥି ସହିତ ଗ୍ରାମରେ ରହୁଥିବା ଅନ୍ୟ ଗରିବ ଅସହାୟ ଲୋକ ମାନଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଟଂନ କରାଯାଇଥିଲା ।ଏହି ମହତ କାର୍ଯ୍ୟରେ ବହ୍ମା ଦିଗାଲ,ନିତ୍ୟା ନାୟକ,ରମେଶ ନାୟକ,ଉଲଳ ଦିଗାଲ ସହିତ ୫୦ ରୁ ଉର୍ଦ୍ଧଙ୍କୁ ଖାଦ୍ୟ ବଟଂନ କରାଯାଇଥିଲା । ସମାଜ ସେବୀ କ୍ରିଷ୍ଟା ଚନ୍ଦ୍ର ଦିଗାଲ ଓ ବିଶ୍ୱାଳ ନାୟକ କହିଛନ୍ତି ଆଗକୁ ଟିକାବାଲି ଗ୍ରାମ ପଚାଂୟତର ବିଭିନ୍ନ ଗ୍ରାମକୁ ଯାଇ ଏପରି ଖାଦ୍ୟ ବଟଂନ କରାଯିବ କାର୍ଯ୍ୟ କରାଯିବ ବୋଲି ସୁଚନା ଦେଇଛନ୍ତି ।ଏହି କାର୍ଯ୍ୟରେ ଦିଲୁ ନାୟକ,ତାରିଣୀ ନାୟକ,ମିଲୁ ଦେହୁରୀ,ଉଟ ବିଷୋୟୀ,ସୁଜିତ ବେହେରା,ସୁମନ୍ତ କହଁର,ଲୁପିତା ପ୍ରଧାନ,ଲିକୁନୁ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment