ସୈାମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟାକାଣ୍ତ ଘଟଣାରେ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି, ଆଖପାଖ ଗାଁ ଏବେ ପୁରୁଷଶୂନ୍ୟ

ଭୁବନେଶ୍ଵର:ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ଘଟିଥିବା ବର୍ବରତା ହତ୍ୟାକାଣ୍ତକୁ ନେଇ ରାଜ୍ୟ ନିନ୍ଦିତ ହୋଇଛି। ରେଲଓ୍ବ କନେଷ୍ଟବଳ ସୈାମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟାକାଣ୍ତ ଘଟଣାରେ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି। ଘଟଣାରେ ଆହୁରି ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଘଟଣାସ୍ଥଳର ଆଖପାଖ ଗାଁ ଗୁଡ଼ିକୁ ଗିରଫଦାରୀ ଭୟ ଘାରିଛି। ପୁରୁଷମାନେ ଘର ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି। ଆଖପାଖ ଗାଁ ଏବେ ପୁରୁଷଶୂନ୍ୟ ହୋଇଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ କମିଶନରେଟ ପୁଲିସ ବିଭିନ୍ନି ସ୍ଥାନରେ ଛାପା ମାରିଛି।

Comments (0)
Add Comment