ମା’ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ଷୋଡଶ ଉପଚାର ପୂଜା ଆରମ୍ଭ

କୋଣାର୍କ: କୋଣାର୍କର ପ୍ରମୁଖ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା ଆରମ୍ଭ ହୋଇଯାଇଛି ।ଶକ୍ତିପୀଠ ଗୁଡ଼ିକରେ ମା’ଙ୍କ ଆରାଧନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୂଳାଷ୍ଠମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ହୋଇଛି : ସୂତନ୍ତ୍ର ରୀତିନୀତି ସମ୍ପାଦନ କରାଯାଇଥିବା ବେଳେ, ଅନ୍ୟ ଦିନମାନଙ୍କରେ ପଞ୍ଚ ଉପଚାରରେ ନୀତିକାତି କରାଯାଇଥାଏ। ସକାଳୁ ସକାଳୁ ମା’ଙ୍କ ଦ୍ଵାରଫିଟା ନୀତି ସହିତ ଅବକାଶ, , ସ୍ନାନ ଓ ସୂର୍ଯ୍ୟପୂଜା ଆଦି ସମ୍ପନ୍ନ ହୋଇଥିଲା। ଏହାପରେ ଦିପ୍ରହରରେ ମା’ଙ୍କୁ ଅନ୍ନ, ଡାଲି, ବେସର, ପୋଡ଼ାମାଛ, ଆଦି ଭୋଗ କରାଯାଇଥାଏ । ମନ୍ଦିରରେ ନିୟମିତ ଚଣ୍ଡୀପାଠ କରାଯାଇ ବିଶେଷକରି ଷୋଳପୂଜା ପୂଜା ପ୍ରତି ଦିନ ମା’ଙ୍କ ମାଛପୋଡ଼ା ବଳି ଭୋଗ ଲାଗୁଥିବା ବେଳେ ଆଧ୍ୟାତ୍ମିକ ମହଲ ରହିଛି ବୋଲି ମନ୍ଦିର ପୂଜାପଣ୍ଡା ସୂଚନା ଦେଇଛନ୍ତି ।

Comments (0)
Add Comment