କଲକାତା: ଆଜି ଠାରୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁ ରାଜ୍। ପଶ୍ଚିମବଙ୍ଗ ଇତିହାସରେ ଯୋଡି ହେଲା ନୂଆ ଅଧ୍ୟାୟ। ବଙ୍ଗ ପାଇଲା ନୂଆ ସିଏମ୍। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ। କଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ। ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉପସ୍ଥିତ ଅଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ, ଏନଡିଏ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିିତ ଅଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ଆଜି ଏକ ଭବ୍ୟ ସମାରୋହରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶୁଭେନ୍ଦୁ ବଙ୍ଗଳାରେ ଶପଥ ଗ୍ରହଣ କରି ତାଙ୍କ ସମର୍ଥକମାନଙ୍କୁ ଖୁସି କରିଛନ୍ତି।
ଶୁଭେନ୍ଦୁଙ୍କ ସହ ୬ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଶୁଭେନ୍ଦୁଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ୫ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଲେ ଦିଲ୍ଲୀପ ଘୋଷ, ଦିଲ୍ଲୀପଙ୍କ ପରେ ଅଗ୍ନିମିତ୍ର ପାଲ୍, ଅଶୋକ କିର୍ତ୍ତନିଆ, ଆଦିବାସୀ ନେତା ଖୁଦିରାମ ଟୁଡୁ ଏହାସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ ମଧ୍ୟ ଶପଥ ନେଇଛନ୍ତି।