ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ଜ୍ୱଳିତ ହେଲା ସର୍ବ ବୃହତ ଜଗତ ମଙ୍ଗଳ ଜାଗର ଦୀପ

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଓଡିଶାର ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି । ପାର୍ବତୀ ସାଗର ନିକଟରେ ଏହି ଦୀପକୁ ବିଧାୟକ ଜୟନ୍ତ ଷଡଙ୍ଗୀ ଆନୁଷ୍ଠାନିକ ଭାବେ ଦୀପ ଲଗାଇ ପ୍ରଜ୍ୱଳିତ କରିଥିଲେ । ପଙ୍କୋଦ୍ଧାର ଏକାଦଶୀ ଠାରୁ ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ । ପ୍ରାୟ ଛଅଫୁଟ ଲମ୍ବ, ୪ ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ଅଢେଇ କୁଇଣ୍ଟାଲ ଘିଅ ଢଳାଯିବ । ପବିତ୍ର ଶିବରାତ୍ରି ବା ଜାଗର ଦିନ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ । ଉତ୍ସବରେ ଉପଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପର ଆୟୋଜକ ସମାଜସେବୀ ରାମକୃଷ୍ଣ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Comments (0)
Add Comment