ଟିମ ବ୍ରଦର ହୁଡ ଦ୍ୱାରା ପଥଚାରୀ ଓ ଯାତ୍ରୀଙ୍କୁ ଦହି ପଣା ବଣ୍ଟନ

ବାଲିଗୁଡ଼ା: ସାରା ରାଜ୍ୟରେ ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏଥିରୁ ବର୍ତ୍ତି ନାହିଁ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି । ଏଠାରେ ମଧ୍ୟ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀ ରହୁଛି । ଲୋକଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ସିମନବାଡି ଗ୍ରାମର ବିନଦାସ ୟୁଥ ଗ୍ରୁପ ଦ୍ୱାରା ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ପଥଚାରୀ ଓ ବସ ଅଟୋରେ ଯାଉଥିବା ଯାତ୍ରୀଙ୍କୁ ଦହି ଚଲହା ପଣା ବଣ୍ଟନ କରାଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ବେଳେ ବିଭିନ୍ନ ସ୍ଥାନକୁ ଯୁବକ ମାନେ ଯାଉଥିବା ଦେଖି ଏହିଭଳି ଭାବେ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ଚେଷ୍ଟା ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ୟୁଥ ଗ୍ରୁପର ସଦସ୍ୟ ଏଲୋନ ନାୟକ, ଆଶିଷ ଦିଗାଲ ଶିଶିର ପରିଛା, ଇସମାଇଲ ନାୟକ ସମୀର ନାୟକ, ମୁଖୀ ନାୟକ ଗଣେଶ ମୁଳି, ନଟ, ଦିବ୍ୟ, ହୋସିଓ, ଯୋହନ, ପ୍ରଦୀପ ପ୍ରମୁଖ ଆଜି ପଥ ଚାରୀଙ୍କ ସମେତ ବସ ଓ ଅଟୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦହି ପଣା ବଣ୍ଟନ କରିଛନ୍ତି । ୟୁଥ ଗ୍ରୁପର ଏଭଳି ପ୍ରୟାସକୁ ସିମନବାଡି ସରପଞ୍ଚ ଅମିତା ପ୍ରଧାନଙ୍କ ସମେତ କିରୀକୁଟି ସରପଞ୍ଚ ଅଶୋକ ପ୍ରଧାନ ଓ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Comments (0)
Add Comment