ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ସ୍ବେଛାସେବୀ ସଂଗଠନ “ବିପଦର ବନ୍ଧୁ” । ନାଁ ଯେମିତି ଏହି ସଙ୍ଗଠନର କାମ ମଧ୍ୟ ସେମିତି । ଯେତେବେଳେ ରୋଗିଟିଏ ରକ୍ତ ଅଭାବରୁ ଛଟପଟ ହୁଏ, ଖବର ପାଇବା ମାତ୍ରେ ଏହି ସଙ୍ଗଠନର ସଦସ୍ୟ, ସଦସ୍ୟା ଡ଼ାକ୍ତରଖାନାର ପହଁଞ୍ଚି ସ୍ବେଛାକୃତ ଭାବେ ରକ୍ତଦାନ କରିଆସୁଛନ୍ତି । ଏଥିସହିତ ବାଲିଗୁଡ଼ା ସହରରେ ମାସର ଶେଷ ରବିବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ସ୍ଥାନୀୟ ବସ୍ ଷ୍ଟାଣ୍ଡରେ ଆଜକୁ ଏକ ବର୍ଷ ହେଲା ଯାତ୍ରୀ ମାନଙ୍କୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି ଏହି ସଙ୍ଗଠନର ସଦସ୍ୟ, ସଦସ୍ୟା । ଶେଷ ରବିବାର ଦିନ ଦୋକାନ ବଜାର ବନ୍ଦ ଯୋଗୁଁ ଯାତ୍ରୀ ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ ସଦସ୍ୟା ମାଗଣାରେ ଯାତ୍ରୀ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବାରୁ ସଙ୍ଗଠନର ସଦସ୍ୟ ସଦସ୍ୟା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ଯାତ୍ରୀ । ସେପଟେ ଆମ ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କ ସେବା । ଅଞ୍ଚଳବାସୀଙ୍କ ସହଯୋଗ ମିଳିଲେ ଆଗାମୀ ଦିନରେ ଜନସାଧାରଣଙ୍କ ପାଇଁ ଅନେକ କିଛି କରିବା ପାଇଁ ଆମେ ଆଶା କରୁଛୁ ବୋଲି କହିଛନ୍ତି ସଙ୍ଗଠନର ସଭାପତି ସୁନିଲ୍ କୁମାର ପାତ୍ର ଓ ସଦସ୍ୟ, ସଦସ୍ୟା ।