ଜୟପୁର :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାରେ ଦୁର୍ନୀତି କରି ଆଜି ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ସରକାରୀ କର୍ମଚାରୀ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ (CDVO) ଅଧୀନରେ ଥିବା ରାଇଘରର ପ୍ରାଣୀଧନ ନିରୀକ୍ଷକ (LI) ପ୍ରଫୁଲ୍ଲ ହାଲଦାରଙ୍କୁ ଆଜି ଭିଜିଲାନ୍ସ ବିଭାଗ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି।