ରେକର୍ଡ ସ୍ତରରେ ସୁନା ଦର, କିଣିବାକୁ ଡର ଲାଗୁଛି

ଭୁବନେଶ୍ବର ; ୨୪ ଓ ୨୨ କ୍ୟାରେଟ ସୁନା ସହ ରୂପା ଦର ମଧ୍ୟ ରେକର୍ଡ ସ୍ତରକୁ ପହଞ୍ଚିଛି। ସୁନା ଏବଂ ରୂପା ଦରରେ ଗୁରୁବାର ଆଖିଦୃଶିଆ ବୃଦ୍ଧି ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୨୮୯୦ ଟଙ୍କା ଏବଂ ୨୬୫୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୪୯,୭୩୦ ଟଙ୍କା ଏବଂ ୧,୩୭,୨୫୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୂପା ୧୦,୦୦୦ ଟଙ୍କା ବଢ଼ି ୨.୫ ଲକ୍ଷ ଟଙ୍କା ହୋଇଛି ।

ସୁନା ଏବଂ ରୂପା ମହଙ୍ଗା ହେବାର କାରଣ ହେଉଛି ଆମେରିକା ଡଲାର ଦୁର୍ବଳ ହେବା । ଡଲାର ଦୁର୍ବଳ ହେବା ଦ୍ୱାରା ସୁନା ଏବଂ ରୂପା ବିଦେଶୀ କ୍ରେତାଙ୍କ ପାଇଁ ଶସ୍ତା ହୋଇଯାଏ । ଚାହିଦା ବୃଦ୍ଧି ଫଳରେ ସୁନା ଏବଂ ରୂପା ଦର ବଢୁଛି । ବଜାର ବିଶେଷଜ୍ଞଙ୍କ ମତରେ, ଆମେରିକୀୟ ଡଲାର ଦୁର୍ବଳ ହେବାରୁ ବିଶ୍ୱ ବଜାରରେ ସୁନା ଓ ରୂପା ପ୍ରତି ଚାହିଦା ବଢ଼ିଛି। ଏହାର ପ୍ରଭାବରେ ଭାରତୀୟ ବଜାର ସମେତ ଭୁବନେଶ୍ୱରରେ ମଧ୍ୟ ସୁନା ଓ ରୂପା ଦରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଯଦି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାର ଦର ଉପରେ ନଜର ରଖି ନିଷ୍ପତ୍ତି ନେବା ଉଚିତ।

Comments (0)
Add Comment