ରେଢାଖୋଲରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ରେଢ଼ାଖୋଲ :ବିଜେଡି ଟିକଟ ଘୋଷଣା ପରେ ଦଳୀୟ ପ୍ରାର୍ଥ ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ ଠାରେ ହଜାର ହଜାର ସଂଖ୍ୟାରେ ସମର୍ଥକ, କର୍ମୀ, ଶୁଭେଛୁ ମାନଙ୍କ ଗହଣରେ ଯୋଗ ଦେଇ ରେଢ଼ାଖୋଲ ମାଟିର ଲୋକ ମାନଙ୍କର ସେବା କରିବା ପାଇଁ ସେ ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି । ରେଢ଼ାଖୋଲ ଠାରେ ପହଂଚି ଭୀମଭୋଇଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ଜଗନ୍ନାଥ ମନ୍ଦିର, ପଂଚାଖଣ୍ଡା ମନ୍ଦିର ଆଦି ଦର୍ଶନ କରିବା ସହିତ ନିଜର ଜୀବନ ଥିବା ଯାଏଁ ରେଢ଼ାଖୋଲ ବାସୀଙ୍କ ସେବା କରିବି, ରେଢ଼ାଖୋଲ ମାଟି ମୋତେ ଭଲ ପାଏ ମୁଁ ମଧ୍ୟ ଏ ମାଟିକୁ ଭଲ ପାଏ ବୋଲି ତାଙ୍କର ବାର୍ତ୍ତାରେ ସେ କହିଛନ୍ତି ।
ଅଂଚଳର ବିକାଶ ଆହୁରି ଅଧିକ ହେବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ସମାବେଶ ରେ ଅରୁଣ ପ୍ରଧାନ, ସିଦ୍ଧାର୍ଥ ପ୍ରଧାନ, ସୁନୀଲ ପ୍ରଧାନ, ଶିବ ନନ୍ଦ, ରାଜୀବ ପ୍ରଧାନ, ପିଣ୍ଟୁ ତ୍ରିପାଠୀ, ପ୍ରଦୀପ ପ୍ରଧାନ, ବାବୁ ବିଶ୍ୱାଳ, ଦୀପକ ବିଶ୍ୱାଳ, ଦତ୍ତ ବିଶ୍ୱାଳ ଓ ବହୁତ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Comments (0)
Add Comment