ନୂଆଦିଲ୍ଲୀ; ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆଜି ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚ ଜିତି ଇଂଲଣ୍ଡ ୧-୦ରେ ସିରିଜ ଆଗୁଆ ରହିଛି । ଫଳରେ ଭାରତ ଆଉ ଡେରି ନକରି ଯଥା ସମ୍ଭବ ବିଜୟ ସହ ସିରିଜକୁ ଫେରିବାକୁ ଚେଷ୍ଟା କରିବ । ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି । ପୂର୍ବ ପରାଜୟକୁ ଭୁଲି ଭାରତ ନୂଆ ଉତ୍ସାହ ସହ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପ୍ରସ୍ତୁତ । ଘରୋଇ ଦଳକୁ ହରାଇବାକୁ ହେଲେ ବ୍ୟାଟିଂ ବିଭାଗରେ ଉନ୍ନତି ଜରୁରି । ବିଶେଷ କରି ଓପନିଂ ବିଭାଗ ବଡ଼ ଭାଗିଦାରୀ ଗଠନ କଲେ ଭାରତ ବିଶାଳ ସ୍କୋର ସଂଗ୍ରହ କରିପାରିବ । ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ପୂର୍ବ ମ୍ୟାଚରେ ସ୍ପିନରମାନେ ନିରାଶ କରିଥିଲେ । ତେଣୁ ଭାରତ ଆଉ ଜଣେ ପେସ୍ ବୋଲର ନେଇ ଖେଳିବା ଆଶା କରାଯାଇପାରେ । ଭାରତ ଆଜି ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ପୂର୍ବ ମ୍ୟାଚରେ ନିରାଶ କରିଥିବା ରବି ବିଷ୍ଣୋଇଙ୍କ ସ୍ଥାନରେ ପ୍ରିନ୍ସ ଯାଦବ କିମ୍ବା ୱାସିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଛି । ଟ୍ରେଣ୍ଟ ବ୍ରୀଜ ଷ୍ଟାଡ଼ିୟମ୍ ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ହେବାର ରେକର୍ଡ ରହିଛି । ମାତ୍ର ଏହି ମ୍ୟାଚ ପାଇଁ ପ୍ରସ୍ତୁତ ପିଚ୍ରେ ଘାସ ରଖାଯାଇଥିବାରୁ ପେସ୍ ବୋଲରମାନେ ନୂଆ ବଲ୍ରେ ଘାତକ ସାବ୍ୟସ୍ତ ହେବେ ।